ପ୍ରଶାସନ ସ୍କାନରରେ ଶ୍ରୀମନ୍ଦିର ଖଜା ବ୍ୟବସାୟୀ

0

ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶ୍ରୀମନ୍ଦିରରେ ଜଗା ଦର୍ଶନ ପରେ ଫେରିବା ବେଳେ ଶୁଖୁଲି ଭୋଗ ଆଣିବାକୁ ଭୁଲିନଥାନ୍ତି ଭକ୍ତ । ପରିବାର ପାଇଁ ହେଉ କି ପାଖପଡୋଶୀଙ୍କ ପାଇଁ ଶ୍ରୀକ୍ଷେତ୍ରର ଛପନ ଭୋଗର ଅଂଶବିଶେଷ ଖଜାକୁ ମହାପ୍ରସାଦ ଭାବେ ଭକ୍ତ ନେଇଥାନ୍ତି। କିନ୍ତୁ ବଡ଼ଦାଣ୍ଡରେ ଅପମିଶ୍ରିତ ଖଜା ବିକ୍ରି ନେଇ ଖବର ବାଜିବା ପରେ ଭକ୍ତଙ୍କୁ ସଚେତନ କରିଛି ଜିଲ୍ଲାପ୍ରଶାସନ ।

 

ବାହାରେ ବିକ୍ରି ହେଉଥିବା ଖଜା ମହାପ୍ରସାଦ ନୁହେଁ ବୋଲି ସିଧା ସିଧା କହିଛି ଜିଲ୍ଲା ପ୍ରଶାସନ,ଶ୍ରୀମନ୍ଦିର ଆନନ୍ଦବଜାରରେ ମିଳୁଥିବା ଖଜା ହିଁ ମହାପ୍ରସାଦ,ବାହାରୁ ଖଜା କିଣୁଥିଲେ ଭଲ ଜିନିଷରେ ତିଆରି ଖଜା ନିଅନ୍ତୁ,ମହାପ୍ରସାଦ ଭାବି କେହି ବାହାରୁ ଖଜା କିଣନ୍ତୁ ନାହିଁ । ବଡ଼ ଦାଣ୍ଡରେ ଅପମିଶ୍ରତ ଖଜା ବିକ୍ରି ଖବର ପରେ ପ୍ରଶାସନ ସ୍କାନରରେ ଖଜା ବ୍ୟବସାୟୀ । କେବଳ ଭକ୍ତ ନୁହେଁ ବ୍ୟବସାୟୀଙ୍କୁ ମଧ୍ୟ ସତର୍କ କରିଛି ପ୍ରଶାସନ । ବଡ଼ଦାଣ୍ଡର କୌଣସି ବ୍ୟବସାୟୀ ମହାପ୍ରସାଦ କହି ଖଜା ବିକ୍ରି କରିବା ନଜର ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତବନୀ ଦିଆଯାଇଛି । ମହାପ୍ରସାଦ ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସ ସହ ଜଡିତ। ଭକ୍ତଙ୍କ ଭାବାବେଗକୁ ଜରିଆ କରି କିଛି ଅସାଧୁ ବ୍ୟବସାୟୀ ମୁନାଫା ପାଇଁ ମହାପ୍ରସାଦ ନାଁରେ ଅପମିଶ୍ରିତ ଖଜା ବିକ୍ରି କରୁଛନ୍ତି।

 

ବାହାରେ ବିକ୍ରି ହେଉଥିବା ଖଜା କେବଳ ସ୍ଵାଦିଷ୍ଟ ଖାଦ୍ୟ ଉଦ୍ଦେଶ୍ୟରେ ହୋଇଥିଲେ ହେଁ ଏହାକୁ ମହାପ୍ରସାଦ କହି ଯାତ୍ରୀଙ୍କୁ ଆକର୍ଷିତ କରୁଛନ୍ତି। ବ୍ୟବସାୟିକ ଫାଇଦା ପାଇଁ ସେମାନେ ନା କେବଳ ଲୋକଙ୍କ ଆସ୍ଥା ସହ ଖେଳ ଖେଳୁଛନ୍ତି, ବରଂ ମହାପ୍ରସାଦକୁ ମଧ୍ୟ ଅପମାନିତ କରୁଛନ୍ତି । ବାହାରୁ ଖଜା କିଣୁଥିଲେ ଖଜା ବୋଲି କିଣି ନିଅନ୍ତୁ, ମହାପ୍ରସାଦ ନାଁରେ ଏହାର ଅପମାନ କରନ୍ତୁ ନାହି ବୋଲି ସେବାୟତ ଓ ବୁଦ୍ଧିଜୀବୀ ଭକ୍ତଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here