ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଏଣିକି ଶୁଦ୍ଧ ଶବରଙ୍କୁ ମିଳିବ ଆଦିବାସୀ ମାନ୍ୟତା, ପାଇବେ ଅନୁସୂଚିତ ଜନଜାତି ପ୍ରମାଣ ପତ୍ର। ସଂରକ୍ଷଣ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ଶୁଦ୍ଧ ଶବର। ଶୁଦ୍ଧ ଶବରଙ୍କ ଜାତି ପ୍ରମାଣପତ୍ରକୁ ନେଇ ଦ୍ବନ୍ଦରେ ଥିଲେ ବିଭାଗୀୟ ଅଧିକାରୀ। ଲୋକଙ୍କ ଦାବିକୁ ଆଧାର କରି ଏନେଇ ପଦକ୍ଷେପ ନେଇଛନ୍ତି ମୋହନ ସରକାର। ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀରେ ଶୁଦ୍ଧ ଶବରଙ୍କୁ ନେଇ ଲାଗି ରହିଥିଲା ସମସ୍ୟା। ବିଭାଗୀୟ ମନ୍ତ୍ରୀଙ୍କ ଗସ୍ତ ସମୟରେ ଦୃଷ୍ଟି ଆକର୍ଷଣ କରିଥିଲେ ଅଞ୍ଚଳବାସୀ। ମୋହନ ସରକାର ଅବଗତ ହେବାପରେ ଜିଲ୍ଲା ପ୍ରଶାସନ ସହ ଏକ ଆଲୋଚନା ବୈଠକରେ ସାର୍ଟିଫିକେଟ ମିଳିବା ନେଇ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଛି। ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟସରକାରଙ୍କ ନିଷ୍ପତି ପରେ ଲୋକଙ୍କୁ ଆସ୍ବସ୍ତି ମିଳିଛି ବୋଲି ଏକ ସାମ୍ୱାଦିକ ସମ୍ମୀଳନୀରେ କହିଛିି ବିଜେପି। ଜିଲ୍ଲାର ନବ ନିଯୁକ୍ତ ବିଜେପି ଜିଲ୍ଲା ସଭାପତି ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ଏ ନେଇ ସୂଚନା ଦେଇ ମୋହନ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି। ଜିଲ୍ଲାପାଳଙ୍କ ସର୍ବେକ୍ଷଣ ରିପୋର୍ଟ ସରକାରଙ୍କ ନିକଟରେ ପହଁଞ୍ଚିବା ମାତ୍ରେ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ପରେ ଶୁଦ୍ଧ ଶବର ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ ଅନୁସୂଚିତ ଜନଜାତି ପ୍ରମାଣ ପତ୍ର ମିଳିବ। ଜିଲ୍ଲା ପ୍ରଶାସନ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଶୁଦ୍ଧ ଶବରଙ୍କୁ ଏଣିକି ଅନୁସୂଚୀତ ଜନଜାତି ପ୍ରମାଣ ପତ୍ର ସହ ସଂରକ୍ଷଣରେ ସ୍ଥାନ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଜିଲ୍ଲା ବିଜେପି ସଭାପତି।