ହତ୍ୟା ଉଦ୍ୟମ ମାମଲାରେ ୬ ଗିରଫ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ସହର ସ୍ଥିତ ବିଜିପୁର କାଳୀ ମନ୍ଦିର ନିକଟରେ ଯୁବକକୁ ଆକ୍ରମଣ ଘଟଣା,୨ମାସ ଧରି ଫେରାର ଥିବା ୬ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛିଟାଉନ ଥାନା ପୋଲିସ । ସୂଚନା ପ୍ରକାରେ, ଚଳିତ ବର୍ଷ ଗତ ଜାନୁୟାରୀ ୨୭ ତାରିଖରେ ରାତିରେ ବିଜିପୁର କାଳୀ ମନ୍ଦିର ନିକଟରେ ସୁଜନ ପାତ୍ର ଓ ଅଭିନାଶ ମହାନ୍ତିଙ୍କୁ ଖଣ୍ଡାରେ ଆକ୍ରମଣ କରିବା ସହ ହତ୍ୟା ଉଦ୍ୟମ କରି ଦୀର୍ଘ ୨ ମାସ ହେଲା ଫେରାର ହୋଇଥିଲେ ୬ ଅଭିଯୁକ୍ତ । ଏହି ସବୁ ଫେରାର ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ବିଭୁତି ଭୂଷଣ ସେଠୀ ,ରଞ୍ଜିତ କୁମାର ଦାଶ ଓ ଅନ୍ୟ ପୁଲିସ କର୍ମଚାରୀମାନେ କଟକ, ପୁରୀ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବୁଧବାର ୬ଜଣ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଟାଉନ ଥାନା ପୁଲିସ ଅକ୍ଳାନ୍ତ ପରିଶ୍ରମ କରିଛି । ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ଗୋଶାଣୀ ନୁଆଁ ଗ୍ରାମର ହିମାଂଶୁ ସାହୁ,ଆଙ୍କୁଲି ଅଞ୍ଚଳର ଦେବାଶିଷ ସାହୁ, ବୈଦ୍ୟନାଥ ନଗରର ସାର୍ଥକ ମହାନ୍ତି,ଗେଟ ବଜ଼ାର ଅଞ୍ଚଳର ଲିଙ୍କୁନ ନାୟକ,ପ୍ରେମ ନଗର ୭ତମ ଲାଇନର ସୁକେଶ କୁମାର ନାୟକ ଓ ପାଣିଗ୍ରାହୀ ପେଣ୍ଠ ସାହିର, ଆକାଶ ପାଣିଗ୍ରାହୀ । ତେବେ ଗିରଫ ପରେ ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଟାଉନ ଥାନା ପୋଲିସ ଗଣମାଧ୍ୟମ କୁ ସୂଚନା ଦେଇଛି l

LEAVE A REPLY

Please enter your comment!
Please enter your name here