ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରୋଷେଇଶାଳର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବ୍ୟବହୃତ ହେଉଥିବା ରସୁଣ ରେ ହାତ ମାରି ହେଉନି । ବର୍ତ୍ତମାନ ରସୁଣ ଦର ବଜାରରେ କିଲୋଗ୍ରାମ ପିଛା ୫ ଶହ ଟଙ୍କା ରହିଛି । ୧୦୦ ଗ୍ରାମ ରସୁଣ ଆଣିବାକୁ ହେଲେ ଏବେ ୫୦ ଟଙ୍କା ଦେବାକୁ ପଡ଼ୁଛି । ଖାଉଟି କିଣିବାକୁ ଡରୀଲେଣି ।ବର୍ତ୍ତମାନ ବଜାରରେ ରସୁଣ ପ୍ରାୟ ଉଭାନ ଭଳି ସ୍ଥିତି ଉପୁଜିଛି । ଯାହା ମିଳୁଛି ସେଥିରେ ହାତ ମାରି ହେଉନି ।
ତେବେ ଏଠି ପ୍ରଶ୍ନ ଉଠୁଛି , ଅମଳ ସମୟରେ କିପରି ବଜାରରେ ରସୁଣ କେଜି ପାଖାପାଖି ୫ ଶହ ଟଙ୍କାରେ ବିକ୍ରି ହେଉଛି ? କାରଣ ଅମଳ ସମୟରେ ଏହାର ଦର କମ ରହିବାକଥା । ମାତ୍ର ଦର ଏବେ ୫୦୦ ଟଙ୍କାହେଲାଣି ।
ଗତବର୍ଷ ଅମଳ ସମୟରେ କେଜି ପିଛା ୫୦ ଟଙ୍କାରେ ରସୁଣ ମିଳୁଥିଲା । ସ୍ଥିତି ଏମିତି ହେଲା ଯେ , କେଜି ଟିଏ ନେଉଥିବା ଲୋକ ଏବେ ଶହେ ଗ୍ରାମ୍ ନେବାକୁ ଅନେକ ଥର ଚିନ୍ତା କରୁଛନ୍ତି , କେବଳ ରସୁଣର ଦର ବଢ଼ିନି ପର୍ଯ୍ୟାପ୍ତ ପରିମାଣରେ ରସୁଣ ମଧ୍ୟ ଉପଲବ୍ଧ ହେଉନାହିଁ । କାରଣ ଓଡିଶାରେ ରସୁଣର ଅମଳ ପରିମାଣ ବହୁତ କମ୍ , ରସୁଣ ଲାଗି ଅନ୍ୟ ରାଜ୍ୟ ମୁଖ୍ୟତଃ ଉତ୍ତରପ୍ରଦେଶ ଓ ନାସିକ ଉପରେ ନିର୍ଭର କରେ ଓଡ଼ିଶା । ଖୁଚୁରା ବ୍ୟବସାୟୀମାନେ ଏତେ ଦାମ୍ ଥିବାରୁ କିଣିବାକୁ ଭୟ କରୁଛନ୍ତି । ଏପଟେ ବଜାରକୁ ନୂଆ ରସୁଣ ଆସିବାକୁ ଆହୁରି ୧୫ ରୁ ୨୦ ଦିନ ଲାଗିପାରେ । ତେଣୁ ଏହି ଦାମରେ ଆହୁରି ବୁଦ୍ଧି ପାଇବାର ଆଶଙ୍କା ଅଛି ।
ବଜାରରେ ରସୁଣର ଆବଶ୍ୟକତା ପୂରଣ କରୁଥିବାରୁ ଦର ବଢିଯାଇଛି । ସେପଟେ ନୂଆ ରସୁଣ ଅମଳ ହୋଇ ବଜାରକୁ ଆସିଲେ ଦର ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି l