ଶ୍ରେଣୀ ଗୃହରେ ସାପ

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜ଼ିଲ୍ଲା ମୋହନା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀରେ ଛାତ୍ରୀ ମନେ ବସିଥିବା ସମୟରେ ଏକ ସାପ ଶ୍ରେଣୀ ଗୃହ ମଧ୍ୟକୁ ପଶିଆସିଥିଲା l ସଙ୍ଗେ ସଙ୍ଗେ ବିଦ୍ୟାଳୟ କତୃପକ୍ଷ ବନ ବିଭାଗ କୁ ଖବର ଦେଇଥିଲେ, ବନ ବିଭାଗ କର୍ମଚାରୀ ଆସି ସାପଟିକୁ ଧରିବା ପାଇଁ ଉଦ୍ୟମ କରି ବହୁ ଚେଷ୍ଟା ପରେ ସାପଟିକୁ ଧରି ନିକଟସ୍ଥ ଜଙ୍ଗଲ ରେ ଛାଡିଥିଲେ l

ତେବେ ପାଠପଢା ଚାଲିଥିବା ସମୟରେ ବିଦ୍ୟାଳୟ ରେ ସାପ ଟି ପଶିଯାଇଥିବା ଯୋଗୁଁ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଏବଂ ଛାତ୍ରୀ ମାନେ ଭୟଭୀତ ଅବସ୍ଥା ରେ ରହିଛନ୍ତି l ଅନ୍ୟପଟେ ବିଦ୍ୟାଳୟ ରେ ଏତେବଡ ଘଟଣା ଘଟିଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ସୁଶୀଲ ମଳିକ ଙ୍କ ଦେଖା ମିଳିନଥିଲା l ଭଙ୍ଗା ଦଦରା ଶ୍ରେଣୀ ଗୃହ ଏବଂ ଜଙ୍ଗଲ ପ୍ରାୟ ପରିବେଶ ଯୋଗୁଁ ବିଦ୍ୟାଳୟରେ ସାପ ବାହାରିଥିବା ଜଣାପଡିଛି l

LEAVE A REPLY

Please enter your comment!
Please enter your name here