ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବର୍ଷାକୁ ବିଦାୟ ଦେଇ ଆସିଛି ଶରତ । ଚାଲିଛି ପାର୍ବଣ ଋତୁ । ଧରା ପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଧିନି ମା’ ଦୁର୍ଗା । ମା’ଙ୍କ ଆଗମନକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଁ ସଜବାଜ ଆରମ୍ଭ ହୋଇ ଗଲାଣି । ତେବେ ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି।ଏହି ଷୋଡ଼ଶ ଉପାଚାର ପୂଜାରେ ବିଜୟାଦଶମୀ କାର୍ଯ୍ୟକ୍ରମ ବଳବତ୍ତର ହେବ। ପ୍ରତ୍ୟେକ ଦିନ ଜଗତଜନନୀ ମା’ ବିଭିନ୍ନ ବେଶରେ ସଜେଇ ହେବେ। ବିଭିନ୍ନ ଶକ୍ତି ପୀଠରେ ରାଜରାଜେଶ୍ୱରୀ, ଷୋଡଶୀ, ଭୁବନେଶ୍ୱରୀ, ବଗଳାମୂଖୀ, କମଳା, ସରସ୍ୱତୀ, ଦକ୍ଷିଣକାଳୀ, ଗାୟତ୍ରୀ, ଉଗ୍ରତାରା, ଅନ୍ନପୂର୍ଣ୍ଣା, ଚାମୁଣ୍ଡା, ବନଦୁର୍ଗା, ମହାସରସ୍ୱତୀ, ମହାକାଳୀ, ଜୟଦୁର୍ଗା, ମହିଷାମର୍ଦ୍ଦିନୀ, ଗଜଳକ୍ଷ୍ମୀ, ଶ୍ୟାମାକାଳୀ ଆଦି ବେଶରେ ସଜାଇ ହେବେ ମା’ । ଏହି ସାଜସଜକୁ ଦେଖିବା ପାଇଁ ଭକ୍ତ ମାନଙ୍କର ମନ୍ଦିର ପରିସରରେ ଭିଡ ଲାଗିବା ଆରମ୍ଭ ହୋଇ ଗଲାଣି । ବିଭିନ ଶକ୍ତି ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ଷୋଡଶ ଦିବସୀୟ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।