NPCI ଜନିତ ସମସ୍ୟାର କରନ୍ତୁ ସମାଧାନ ଆଉ ପାଇଯାନ୍ତୁ ସୁଭଦ୍ରା ଟଙ୍କା : ପ୍ରଭାତୀ ପରିଡା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ମଙ୍ଗଳବାର ସୁଭଦ୍ରା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି ପରାମର୍ଶ । ଯେଉଁମାନଙ୍କର NPCI ଫେଲ୍ୟୁଅର୍ ହୋଇଛି, ସେମାନଙ୍କୁ ବୁଧବାର ଓ ଗୁରୁବାର ଅର୍ଥାତ ଜାନୁଆରୀ ୨୯ ଏବଂ ୩୦ ତାରିଖ ବ୍ୟାଙ୍କ ଯିବାକୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ । ସରକାର ବ୍ୟାଙ୍କରଙ୍କ ସହ ଏ ନେଇ ଆଲୋଚନା କରିଛନ୍ତି । ତେଣୁ ଫେଲ୍ୟୁଅର୍ ହୋଇଥିବା ହିତାଧିକାରୀମାନେ ବ୍ୟାଙ୍କକୁ ଯାଆନ୍ତୁ । ଯାହାର ଯେଉଁ ବ୍ୟାଙ୍କରେ ଆକାଉଣ୍ଟ ଅଛି ସେମାନେ ସେହି ବ୍ୟାଙ୍କକୁ ଯାଆନ୍ତୁ । ବ୍ୟାଙ୍କ ଅଧିକାରୀମାନେ ଏହି ଦୁଇଦିନ ଅର୍ଥାତ ଜାନୁଆରୀ ୨୯ ଓ ୩୦ ତାରିଖରେ ଲୋକଙ୍କୁ ସଂପୂର୍ଣ୍ଣ ସହଯୋଗ କରିବେ । ଦୁଇ ଦିନ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବେ । ଯେଉଁମାନଙ୍କୁ କଲ୍‌ ଆସିଛି, ମେସେଜ୍‌ ଆସିଛି ସେମାନେ ହିଁ ଯାଆନ୍ତୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା l NPCI ଦ୍ବନ୍ଦ୍ବ ଦୂର ପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ । ବ୍ୟାଙ୍କମାନଙ୍କରେ ବ୍ୟାନର ଲାଗିଥିବ, ସେଠି ପହଞ୍ଚିବେ ଓ ସମସ୍ୟାର ସମାଧାନ କରିବେ । ବ୍ୟାଙ୍କରେ ପହଞ୍ଚି NPCI ଅଡୁଆ ଦୂର କଲେ ସମସ୍ତେ ଟଙ୍କା ପାଇପାରିବେ । ୩ ଲକ୍ଷରୁ ଅଧିକ ମହିଳାଙ୍କର ହୋଇଛି NPCI ଫେଲ୍ୟୁଅର୍ । ସରକାର ସମସ୍ତ ହିତାଧିକାରୀଙ୍କୁ ଏହି ଯୋଜନାର ସୁଯୋଗ ନେବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏବେ ବି ୩ ଲକ୍ଷରୁ ଅଧିକ NPCI ଫେଲ୍ୟୁଅର୍ ହିତାଧିକାରୀ ଅଛନ୍ତି । ଏବେ ସୁଦ୍ଧା ୧ କୋଟି ୭ ଲକ୍ଷ ୨୩ ହଜାର ଆବେଦନକାରୀ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୮୦ ଲକ୍ଷରୁ ଅଧିକ ଆବେଦନକାରୀଙ୍କୁ ସହାୟତା ଦିଆଯାଇଛି । ହିତାଧିକାରୀଙ୍କର e-KYC ହେବା ଦରକାର ଓ ତାହା ଆଧାର ସହ ଲିଙ୍କ ହେବା ମଧ୍ୟ ଜରୁରୀ ।

ତେବେ ସୂଚନା ଅନୁଯାୟୀ ଗତ ସେପ୍ଟେମ୍ବର ୧୭ ତାରିଖରେ, ଅକ୍ଟୋବର ୯ ଓ ନଭେମ୍ବର ୨୪ ତାରିଖରେ ୩ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଛି। ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ମିଳିବ ବୋଲି କିଛି ଦିନ ତଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here