ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୋନିଆ ଗାନ୍ଧୀ 

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାଜ୍ୟସଭା ଯିବେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି। ଏଥିପାଇଁ ଆଜି ସେ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ସମୟରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ରହିଥିଲେ । ସେହିଭଳି କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଏହି ନାମାଙ୍କନପତ୍ର ଦାଖଲ ବେଳେ ସାଥୀରେ ରହିଥିଲେ ।

ସୋନିଆ ଗାନ୍ଧୀ ନାମାଙ୍କନପତ୍ର ଦାଖଲ କରିବା ପରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରିଥିବା ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ଦଳ ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ଏହାକୁ ସ୍ୱାଗତ କରୁଛି । ରାଜସ୍ଥାନ ସହ ସୋନିଆଙ୍କ ସର୍ମ୍ପକ ବେଶ ଭଲ । ଯେତେବେଳେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ସୋନିଆ ଗାନ୍ଧୀ ତାଙ୍କ ସହ ଆଦିବାସୀ ବହୁଳ ଜିଲ୍ଲା ଗସ୍ତରେ ଆସିଥିଲେ । ରାଜସ୍ଥାନରେ ଯେତେବେଳେ ମରୁଡି ପଡିଥିଲା ସେତେବେଳେ ସୋନିଆ ଗାନ୍ଧୀ ରାଜସ୍ଥାନବାସୀଙ୍କୁ ସହାୟତା କରିବାକୁ ଜିଲ୍ଲା ଗସ୍ତ କରି ବାସ୍ତବ ସ୍ଥିତି ପରଖିଥିଲେ । ଯାହାକୁ ଏଯାଏଁ ଭୁଲିନାହାନ୍ତି ରାଜସ୍ଥାନବାସୀ ।

ରାଜସ୍ଥାନର ବିକାଶ ଦିଗରେ ସୋନିଆଙ୍କର ଅବଦାନ ମଧ୍ୟ କିଛି କମ ନୁହେଁ । ତାଙ୍କୁ ରାଜସ୍ଥାନରୁ ପ୍ରାର୍ଥୀ ଭାବେ ଘୋଷଣା ପରେ ପୂରା ରାଜ୍ୟରେ ଖୁସିରେ ଲହରୀ ଖେଳିଯାଇଛି ।ସୋନିଆ ଗାନ୍ଧୀ ଏବେ ରାଏବରେଲିରୁ ସାଂସଦ ରହିଛନ୍ତି । ସୋନିଆଙ୍କ ସମେତ କଂଗ୍ରେସ ଆଉ ୪ ସାଂସଦଙ୍କ ନାଁ ମଧ୍ୟ ଘୋଷଣା କରିଛି । କଂଗ୍ରେସ ବୁଧବାର ରାଜ୍ୟ ସଭା ନିର୍ବାଚନ ପାଇଁ ୪ଟି ରାଜ୍ୟରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ରାଜସ୍ଥାନ, ମହାରାଷ୍ଟ୍ର, ବିହାର ଏବଂ ହିମାଚଳ ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ କଂଗ୍ରେସ ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରିଛି।

LEAVE A REPLY

Please enter your comment!
Please enter your name here