ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଗକୁ ରାଜ୍ୟସଭା ନିର୍ବାଚନ । କେଉଁ ଦଳରୁ କିଏ ଯିବେ ରାଜ୍ୟସଭା, ଏଥିପାଇଁ ଅଙ୍କକଷା ଚାଲିଛି । ଏସବୁ ଭିତରେ ସୋନିଆ ଗାନ୍ଧୀଙ୍କୁ ନେଇ ଆସୁଛି ବଡ଼ ସୂଚନା । ଲୋକସଭାରୁ ନୁହେଁ ରାଜ୍ୟସଭାରୁ ଏଥର ସଂସଦକୁ ଯାଇପାରନ୍ତି, ପୂର୍ବତନ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ରାଜସ୍ଥାନରୁ ରାଜ୍ୟସଭା ଯାଇପାରନ୍ତି ସୋନିଆ ଗାନ୍ଧୀ ।ସୋନିଆଙ୍କ ପାରମ୍ପରିକ ସିଟ୍ ଉତ୍ତରପ୍ରଦେଶ ରାୟବରେଲୀକୁ ପ୍ରିୟଙ୍କାଙ୍କ ପାଇଁ ଛାଡ଼ିବେ ।ଯଦି ଏପରି ହୁଏ ତାହେଲେ ସୋନିଆ ରାଜ୍ୟସଭାରୁ ପ୍ରତିନିଧିତ୍ୱ କରି ପ୍ରତକ୍ଷ୍ୟ ରାଜନୀତିରୁ ଦୂରେଇ ରହିବେ । ରାୟବରେଲୀ ହେଉଛି କଂଗ୍ରେସ ଓ ଗାନ୍ଧି ପରିବାରର ଗଡ଼ ।
ଯଦି ଏଥର ପ୍ରିୟଙ୍କା ସେଠୁ ଲଢ଼ନ୍ତି ତାହେଲେ ଏହା ହେବ ତାଙ୍କ ପାଇଁ ପ୍ରଥମ ନିର୍ବାଚନ >ଏଇ ମାତ୍ର କିଛିଦିନ ତଳେ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡି ବଡ଼ ଖୁଲାସା କରିଥିଲେ । ରେବନ୍ତ କହିଥିଲେ, ଆସନ୍ତା ନିର୍ବାଚନରେ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଲଢ଼ିବେ । ସୋନିଆ ଗାନ୍ଧି ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ ପ୍ରିୟଙ୍କା ଗାନ୍ଧି ରାୟବରେଲିରୁ ନିର୍ବାଚନ ଲଢ଼ିବେ ବୋଲି ସିଧାସିଧା କହିଥିଲେ ରେବନ୍ତ । ପ୍ରେସମିଟ୍ ଯୋଗେ ରେବନ୍ତ ରେଡ୍ଡୀ ଏହି ସୂଚନା ଦେବା ସହ ଗଣମାଧ୍ୟମ ଆଗରେ ଆହୁରି ଅନେକ କିଛି କହିଥିଲେ । ହେଲେ ରେବନ୍ତ ରେଡିଙ୍କ ଏହି ବଡ଼ ବୟାନ ପରେ ମଧ୍ୟ ସୋନିଆଙ୍କ ୨୦୨୪ ନିର୍ବାଚନ ଲଢ଼ିବା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ସୋନିଆ ହିମାଚଳ ପ୍ରଦେଶ କିମ୍ବା ରାଜସ୍ଥାନରୁ ସୋନିଆ ଗାନ୍ଧି ରାଜ୍ୟସଭାକୁ ନିର୍ବାଚିତ ହେବା ନେଇ ଖୁବ୍ ଚର୍ଚ୍ଚା ହେଉଛି ।