ଦକ୍ଷିଣ ଓଡ଼ିଶା କ୍ରିୟାନୁଷ୍ଠାନ କମିଟିର ବୈଠକ ଅନୁଷ୍ଠିତ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶୁକ୍ରବାର ବ୍ରହ୍ମପୁର ସର୍କିଟ ହାଉସ ଠାରେ ଦକ୍ଷିଣ ଓଡିଶା କ୍ରିୟାଅନୁଷ୍ଠାନ କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣ ଓଡ଼ିଶା କ୍ରିୟାନୁଷ୍ଠାନ କମିଟିର ଆବାହକ ଶ୍ରୀ ସରୋଜ ରଞ୍ଜନ ପଟ୍ଟନାୟକ ବୈଠକ ଆରମ୍ଭରେ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ମହୋଦୟଙ୍କୁ ସ୍ବାଗତ କରିବା ପୂର୍ବକ ଆମର ସବୁ ଦାବୀ ଉପରେ ଆଲୋକପାତ କରିଥିଲେ। ବ୍ରହ୍ମପୁର ଏକ ସର୍ବ ପୁରାତନ ରେଳ ଷ୍ଟେସନ ହେଲେ ମଧ୍ୟ, ଓଡ଼ିଶାର ସବୁ ରେଳ ଷ୍ଟେସନ ଠାରୁ ତୃତୀୟ ସର୍ବାଧିକ ରେଭେନ୍ୟୁ ଆଦାୟ କାରୀ ଷ୍ଟେସନ ର ମାନ୍ୟତା ପାଇ NSG-ll କେଟେଗୋରି ରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶା ତଥା ବ୍ରହ୍ମପୁର ଷ୍ଟେସନ କୁ ଅଣଦେଖା କରିବା, ବ୍ରହ୍ମପୁରରେ 5ମ ଓ 6ଷ୍ଠ ପ୍ଲାଟଫର୍ମ କରିବା, ଇତ୍ୟାଦି ଦାବୀ ଜଣାଇଥିଲେ। ସାଂସଦ ମହୋଦୟ ସେସବୁ ବିଷୟ କୁ ସଙ୍କଳନ କରି ଏକ ଲେଖା ମାଧ୍ୟମରେ ଦେବାକୁ କମିଟିର କର୍ମକର୍ତ୍ତା ମାନଙ୍କୁ କହିଥିଲେ। ତାକୁ ଧରି ସେ ଗୋଟିଏ ଦାବିପତ୍ର ମଧ୍ୟ କର୍ତ୍ତୃପକ୍ଷଙ୍କୁ ଦେବାକୁ କହି, ସମସ୍ତ ପ୍ରକାର ସହ ଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଭବିଷ୍ୟତରେ ବୈଠକରେ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲା ରୁ ପ୍ରତିନିଧି ମାନଙ୍କୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ବ୍ରହ୍ମପୁରର ଏମ.ଏଲ୍.ଏ. ଶ୍ରୀ କେ.ଅନୀଲ କୁମାର ମଧ୍ୟ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here