ଦକ୍ଷିଣାଞ୍ଚଳ ଆଇଜିଙ୍କ ପାରଳାଖେମୁଣ୍ଡି ଆଦର୍ଶ ଥାନା ନିରୀକ୍ଷଣ

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ): ଦକ୍ଷିଣାଞ୍ଚଳ ଆଇଜି ନୀତିନ୍ ଶେଖର ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି , ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିଦର୍ଶନ ସହ ନିରୀକ୍ଷଣ କରିଥିବାର ଜଣାପଡିଛି । ମୁଖ୍ୟତଃ ଶିଶୁ, ନାବାଳିକା, ମହିଳା ନିଖୋଜ ମାମଲା ଗୁଡିକୁ ଏକମାସ ମଧ୍ୟରେ ଉଦ୍ଧାର କରି ପର୍ଦ୍ଦାଫାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଇଜି । ଏହା ସହ ମାମଲାର ପରିଚାଳନା, ତଦନ୍ତକାରୀ ଅଧିକାରୀ ମାନେ ତଦନ୍ତ ପ୍ରକ୍ରୀୟାକୁ ଅଧିକ କ୍ରିୟାଶୀଳ କରିବା ସହ ତଦନ୍ତକୁ ତ୍ବରାନୀତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଚୋରୀ, ଅପହରଣ ମାମଲା ଗୁଡିକୁ ଅଗ୍ରାଧିକାର ଦେଇ ଅଭିଯୁକ୍ତମାନଙ୍କୁ ଧରିବାପାଇଁ କହିଥିବାର ଜଣାଯାଇଛି । ଆଇଜିଙ୍କ ଶ୍ରୀ ଶେଖର ଏହି ନିରୀକ୍ଷଣ ବେଳେ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ ସମେତ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here