ମହିଳା ସ୍ନାତକ ମହାବିଦ୍ୟାଳୟରେ ମାନକ ମିତ୍ର ଅଭିଯାନ କାର୍ଯ୍ୟକ୍ରମ

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ଆନୁକୁଲ୍ୟରେ ବି.ଆଇ.ଏସ୍. ତରଫରୁ ଏକ ମାନକ ମିତ୍ର ଅଭିଯାନ କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଲଳିତ ଦାସ ଏବଂ ବୃନ୍ଦାବନ ମୁରୁଡି ଏହି କାର୍ଯ୍ୟକ୍ରମର ପ୍ରତିନିଧି ବା ରିସୋର୍ସ ପ୍ରତିନିଧି ଭାବେ ଯୋଗ ଦେଇ ଉପ‌ସ୍ଥିତ ଥିବା ୩୦ ଜଣ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଜଣେ ଗ୍ରାହକ ହିସାବରେ କ୍ରୟ କରୁଥିବା ପ୍ରତ୍ୟେକ ବସ୍ତୁରେ ବି.ଆଇ.ଏସ୍. ମାର୍କ ବା ଚିହ୍ନର ଗୁରୁତ୍ବ କଣ ଏବଂ କିଭଳି ନିଜର ଅଧିକାର ସଂପର୍କରେ ସଚେତନ ହେବ ସେ ବିଷୟରେ ଆଲୋକପାତ କରିଥିଲେ ।

ସର୍ବମୋଟ ୩୦ ଜଣ ଛାତ୍ରୀ ସକ୍ରିୟ ଭାବରେ ଅଂଶ ଗ୍ରହଣ କରି ପ୍ରତ୍ୟେକ ଛାତ୍ରୀ ୩୦ ଜଣ ବ୍ୟକ୍ତି ବିଶେଷଙ୍କୁ ଭିଡିଓ ମାଧ୍ୟମରେ ସଚେତନ କରିବା ପାଇଁ କୁହାଯାଇଥିଲା । ଏହିଭଳି ସଚେତନତା ମୂଳକ କାର୍ଯ୍ୟକ୍ରମ ସମାଜ ପାଇଁ ଏକ ଭଲ ବାର୍ତ୍ତା ବୋଲି ଅଧ୍ୟକ୍ଷା ଡଃ ରୀନା ସାହୁ ନିଜ ମତ ରଖିଥିଲେ। ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଡଃ ଭାରତୀ ପାଣିଗ୍ରାହୀ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here