ରାଜ୍ୟ ବିଜେପି ସଭାପତି ନିର୍ବାଚନ : ୭ରେ ନାମାଙ୍କନ, ୮ରେ ନିର୍ବାଚନ ଓ ଫଳାଫଳ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟ ବିଜେପି ସଭାପତି ନିର୍ବାଚନକୁ ଆଉ ୪୮ ଘଣ୍ଟା ବାକି। ମନମୋହନ ସାମଲ ରିପିଟ ହେବେ ନା ନୂଆ ଚେହେରା ମଙ୍ଗ ସମ୍ଭାଳିବେ ତାକୁ ନେଇ ସସପେନସ ଜାରି ରହିଛି। ମହିଳା ନେତୃତ୍ବ ମଧ୍ୟ ମଙ୍ଗ ସମ୍ଭାଳିବା ଚର୍ଚ୍ଚା ଚାଲିଛି। ୭ତାରିଖରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ହେବ ନାମାଙ୍କନ ପ୍ରକ୍ରିୟା। ଯଦି ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି, ସେହିଦିନ ହିଁ ନୂଆ ସଭାପତିଙ୍କ ନାଁ ଘୋଷଣା ହେବ।ଦିନକ ପରେ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ନାମାଙ୍କନ । କାଲି ପ୍ରକାଶ ପାଇବ ଅନ୍ତରୀଣ ଭୋଟର ଲିଷ୍ଟ ପ୍ରକାଶ । ୭ରେ ହେବ ନାମାଙ୍କନ ଦାଖଲ ଓ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା । ୮ରେ ନିର୍ବାଚନ ଓ ଫଳାଫଳ ପ୍ରକାଶ ପାଇବ । ଏନେଇ ରାଜ୍ୟ ବିଜେପି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦି ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି, ତେବେ ୭ରେ ହିଁ ସଭାପତିଙ୍କ ନାଁ ଘୋଷଣା ହେବ । ଏଥିପାଇଁ ଆଗାମୀ ୪୮ ଘଣ୍ଟା ବେଶ ଗୁରୁତ୍ବପୂର୍ଣ୍ଣ । ନୂଆ ରାଜ୍ୟ ସଭାପତି ୩ବର୍ଷ ପାଇଁ ଦାୟିତ୍ବ ତୁଲାଇବେ ।

 

ରାଜ୍ୟ ସରକାରଙ୍କ ସହ ଦଳ ମଧ୍ୟରେ ସମନ୍ବୟ ରକ୍ଷା ଓ ରାଜ୍ୟ ରାଜନୀତିରେ ନୂଆ ସଭାପତିଙ୍କ ଭୂମିକା ରହିବ । ବର୍ଷକ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ବ ତାଳମେଳ ରଖି ଫଳପ୍ରଦ କାର୍ଯ୍ୟ କରିଛନ୍ତି । ଯଦି ମନମୋହନ ସାମଲ ପୁଣି ଥରେ ରାଜ୍ୟ ସଭାପତି ହୁଅନ୍ତି, ତେବେ ଏହି ଧାରା ବଜାୟ ରହିବ । ୨୦୨୩ ମାର୍ଚ୍ଚ ୨୪ରେ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ବ ନେଇଥିଲେ ମନମୋହନ ସାମଲ । ଯଦି ନିର୍ବାଚନରେ ବିଜେପିର ରାଜ୍ୟ ମୁଖିଆ ବଦଳିବେ ତେବେ ନୂଆ ସମୀକରଣ ସୃଷ୍ଟି ହେବ । ରାଜ୍ୟର ପ୍ରଭାବଶାଳୀ ନେତୃତ୍ବଙ୍କ ସହ ନୂଆ ସଭାପତିଙ୍କ ଘନିଷ୍ଠତା ଚର୍ଚ୍ଚାକୁ ଆସିବ । ନୂଆ ସମୀକରଣରେ କିପରି କାର୍ଯ୍ୟ ହେବ ତା ଉପରେ ପର୍ଯ୍ୟବେକ୍ଷକଙ୍କ ନଜର ରହିବ ।ମନମୋହନ ସାମଲ ପୁଣି ରାଜ୍ୟ ସଭାପତି ରହିବେ ନା ନୂଆ ଚେହେରାଙ୍କୁ ମିଳିବ ଦାୟିତ୍ବ? ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ନା ସହମତିରେ ହେବେ ରାଜ୍ୟ ସଭାପତି ନିର୍ବାଚିତ? ସେହିପରି ରାଜ୍ୟ ବିଜେପିକୁ ମହିଳା ନେତୃତ୍ବ ନେଇ ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବିଜେପି ଜାତୀୟ ସଭାପତି ରେସରେ ମହିଳା ନେତୃତ୍ବ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି।ଡି. ପୁରନ୍ଦେଶ୍ବରୀ, ନିର୍ମଳା ସୀତାରମଣ, ଭନତୀ ଶ୍ରୀନିବାସନଙ୍କ ନାଁ ରେସରେ ଥିବା ଜଣାପଡ଼ିଛି। ଛଅଟି ରାଜ୍ୟର ବିଜେପି ସଭାପତି ଘୋଷଣା ହେବା ପରେ ଏବେ ଜାତୀୟ ସଭାପତି ନିର୍ବାଚନ ନେଇ ପ୍ରକ୍ରିୟା ଜୋର ଧରିଛି। ଏହି ଫର୍ମୂଲାରେ ରାଜ୍ୟ ବିଜେପିକୁ ମିଳିବ କି ମହିଳା ନେତୃତ୍ବ ? ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ,ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ଜୁନ ୨୯ ତାରିଖରୁ ଆରମ୍ଭ ହେବାର ଥିଲା ରାଜ୍ୟ ବିଜେପି ନିର୍ବାଚନ ପ୍ରକ୍ରିୟା। କିନ୍ତୁ ପୁରୀ ଦଳାଚକଟା ଘଟଣା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ପୁଣି ଥରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ରାଜ୍ୟରେ ବିଜେପିର ସମୀକରଣ ବଜାୟ ରହିବ ନାଁ ଆଭ୍ୟନ୍ତରୀଣ କ୍ଷମତା କେନ୍ଦ୍ର ଓ ରାଜନୈତିକ ରଣନୀତି ବଦଳିବ ଏବେ ତା ଉପରେ ନଜର।

LEAVE A REPLY

Please enter your comment!
Please enter your name here