ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଓଡ଼ିଶା ଓ ଜିଲ୍ଲାପ୍ରଶାସନ ମିଳିତ ଆନୁକୂଲ୍ୟରେ ଭିନ୍ନକ୍ଷମ ଅଦାଲତ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଶ୍ରୀମତୀ ବ୍ରତତୀ ହରୀଚନ୍ଦନ,ଅଧ୍ୟକ୍ଷ,ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ, ଓଏସଡି. ଭିନ୍ନକ୍ଷମ ବିଭାଗ,ଭୁବନେଶ୍ୱର, ଶ୍ରୀ ସନ୍ତୋଷ କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗଜପତି,ଶ୍ରୀ ସୁରେନ୍ଦ୍ର ବରାଳ,କାଉନସିଲର, ରାଜ୍ୟ ଭିନ୍ନକ୍ଷମ ଭିଭାଗ ଓଡ଼ିଶା, ପ୍ରମୁଖ ଉପସ୍ଥିତ ରହି ସମସ୍ତ କେଶକୁ ଶୁଣାଣି କରିଥିଲେ |
ଆଜି ଗଜପତି ଜିଲ୍ଲାରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ଅଦାଲତ ଶିବିରରେ ୨୧ ଗୋଟି ଅଭିଯୋଗ କେଶ ଶୁଣାଣି ମଧ୍ୟରୁ ୧୭ ଅଭିଯୋଗକାରୀ ଉପସ୍ଥିତ ଥିଲେ | ସେଥି ମଧ୍ୟରୁ ୪ ଗୋଟି ଅଭିଯୋଗକୁ ତୁରନ୍ତ ଫୌସଲା କରାଯାଇ ସମାଧାନ କରାଯାଇଛି ଓ ୫ ଗୋଟି ନୂତନ ଅଭିଯୋଗ ଗ୍ରହଣ କରାଯାଇଛି, ସେଥିମଧ୍ୟରୁ ଦୁଇଜଣଙ୍କୁ ହୁଇଲ୍ ଚେୟାର ଓ ୩ ଜଣଙ୍କୁ ଟ୍ରାଏ ସାଇକେଲ ପ୍ରଦାନ କରାଯାଇଛି।