ଟ୍ରାନ୍ସଜେଣ୍ଡର ବୋର୍ଡ ଗଠନ କଲେ ରାଜ୍ୟ ସରକାର

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଓଡ଼ିଶା ସରକାର ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର କଲ୍ୟାଣ ପାଇଁ ଏକ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ଏହା ଟ୍ରାନ୍ସଜେଣ୍ଡରଙ୍କ ସ୍ବାର୍ଥ ଓ ଅଧିକାର ପାଇଁ କାମ କରିବ । ବୋର୍ଡର ଅବଧି ୩ ବର୍ଷ ରହିବ। ୩ ବର୍ଷ ସମାପ୍ତି ପରେ ବୋର୍ଡ ପୁନର୍ଗଠନ ପାଇଁ ବିଭାଗ ପଦକ୍ଷେପ ଗ୍ରହଣ କରିବ । ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପାଇଁ ଶିକ୍ଷା, ଚାକିରି, ଗୃହ ଓ ସ୍ୱାସ୍ଥ୍ୟ ସଂପର୍କୀୟ ଯୋଜନାକୁ ବୋର୍ଡ ଦେଖିବ ଓ ସେମାନଙ୍କର ସମ୍ବିଧାନିକ ଓ ମାନବିକ ଅଧିକାର ସୁରକ୍ଷା କରିବ। ସମୟ ସମୟରେ ସର୍ବେକ୍ଷଣ, ଗବେଷଣା ଓ ମୂଲ୍ୟାୟନ ମାଧ୍ୟମରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ଆବଶ୍ୟକତା ଓ ଆବଶ୍ୟକ ଚାହିଦା ବୁଝିବ। ପ୍ରଭାବଶାଳୀ ବିକାଶ ଯୋଜନା, କାର୍ଯ୍ୟକ୍ରମ ଓ ନୀତି ଗଠନ କରିବାକୁ ନିଶ୍ଚିତ କରିବ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ସୃଷ୍ଟି କରି ବିଶେଷ ଫୋକସ୍ ଯୋଜନା ମାଧ୍ୟମରେ ସମୁଦାୟର କୁଶଳତା ବୃଦ୍ଧି ନିଶ୍ଚିତ କରିବ। ବୋର୍ଡରେ ଅଧ୍ୟକ୍ଷଙ୍କ ସମେତ ୧୨ଜଣ ସଦସ୍ୟ ରହିବେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଧ୍ୟକ୍ଷ ରହିବେ । ବିଭାଗୀୟ ସଚିବ ବୋର୍ଡ ଉପାଧ୍ୟକ୍ଷ ରହିବେ । ବିଭାଗୀୟ ନିର୍ଦ୍ଦେଶକଙ୍କୁ ବୋର୍ଡ ସଚିବ ଦାୟିତ୍ବ ତୁଲାଇବେ । ବିଭିନ୍ନ ବିଭାଗରୁ ପ୍ରତିନିଧି ବୋର୍ଡରେ ରହିବେ । ୨ ଜଣ ଟ୍ରାନ୍ସଜେଣ୍ଡର ମଧ୍ୟ ବୋର୍ଡରେ ସଦସ୍ୟ ରହିବେ ।

LEAVE A REPLY

Please enter your comment!
Please enter your name here