କାଠଗଡ଼ାରେ ରାଜ୍ୟ ସରକାର !

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :-  ଓଡ଼ିଶାରେ ଏତେ ଟଙ୍କା ଆସିଲା କେଉଁଠୁ ?  ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ, ଏଓଡବ୍ଲୁ ଓ ଗୁଇନ୍ଦା କି ଭଳି ଜାଣିପାରିଲେନି ? ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ଖବରକୁ ନେଇ କାହିଁକି ଚୁପ ରାଜ୍ୟ ସରକାର ? ଯଦି ବିଜେଡିର କୌଣସି ସମ୍ପର୍କ ନାହିଁ ତେବେ ସିବିଆଇ ତଦନ୍ତ ପାଇଁ ଚିଠି କରନ୍ତୁ ରାଜ୍ୟ ମୁଖିଆ ?  ତେବେ ବଲାଙ୍ଗୀରରେ ଚାଲିଥିବା ଆଇଟି ରେଡରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ନେଇ କିଛି ଏ ଭଳି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ମୁଖିଆ ମନମୋହନ ସାମଲ l

ଅନ୍ୟପଟେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସ୍ୱଛତାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଯାହାର ଉଦାହରଣ ଆମେ ସମସ୍ତେ ଦେଖୁଛୁ, ଯଦି ଦଳ ଓ ମୁଖିଆ ଏତେ ସ୍ଵଛ ତେବେ ଏ ଘଟଣାକୁ ନେଇ ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତର ଦେଉନାହାନ୍ତି କଣ ପାଇଁ, କିନ୍ତୁ ମୋଦି ଏ ଭ୍ରଷ୍ଟାଚାରୀ ମାନଙ୍କୁ କେବେ ଛାଡ଼ିଦେବିନି, ସେ ସ୍ପଷ୍ଟ କରି ସାରିଛନ୍ତି, ଗରିବଙ୍କ ପଇସା ଗରିବଙ୍କୁ ଫେରାଇଦିଆଯିବ l

ବଲାଙ୍ଗୀରରେ ଜବତ ହୋଇଛି କୋଟି କୋଟି ଟଙ୍କା । ଟଙ୍କା ଗଣି ଗଣି ବ୍ୟାଙ୍କ କର୍ମଚାରୀ ହାଲିଆ ହୋଇଗଲେଣି, ହେଲେ ଟଙ୍କା ସରିବାର ନାଁ ଧରୁନାହିଁ । ଆଜି ରବିବାର ଛୁଟି ଦିନରେ ପୁଣି ଆରମ୍ଭ ହୋଇଛି ଟଙ୍କା ଗଣା । ମୋଟ ୧୭୬ଟି ବ୍ୟାଗ ମଧ୍ୟରୁ ୧୦୨ଟି ବ୍ୟାଗର ଟଙ୍କା ଗଣା ସରିଥିବା ବେଳେ ଆହୁରି ୭୪ଟି ବ୍ୟାଗ୍ ଗଣା ହେବ । ଆଜି ଟଙ୍କା ଗଣତି ଶେଷ ହେବ ବୋଲି ଆଶା ରଖିଛନ୍ତି ଅଧିକାରୀ । ଟଙ୍କା ଗଣତି ଶେଷ ହେବା ପରେ ମୋଟ କେତେ ଟଙ୍କା ଜବତ ହୋଇଛି ଜଣାପଡ଼ିବ ।

LEAVE A REPLY

Please enter your comment!
Please enter your name here