ରାଜ୍ୟ ସ୍ତରୀୟ ବାଳିକା ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଅନୁଷ୍ଠିତ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-: ରାଜ୍ୟ ହ୍ୟାଣ୍ଡ ବଲ ସଂଘ ଆନୁକୁଲ୍ୟରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ୍ ପକ୍ଷରୁ ୩୦ତମ ରାଜ୍ୟସ୍ତରୀୟ ବାଳିକା ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଆୟୋଜିତ ହୋଇଛି। ଏହି ପ୍ରତିଯୋଗିତା ସ୍ଥାନୀୟ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ହୋଇଥିବା ବେଳେ ଏଥିରେ ବିଭିନ୍ନ ଜିଲ୍ଲାର ୧୨ଟି ଟିମ୍ ଅଂଶ ଗ୍ରହଣ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ୨୮ ଓ ୨୯ ତାରିଖ ଦୁଇଦିନ ଧରି ଚାଲୁରହିବ । ଆୟୋଜିତ ଏହି ଟୁରନାମେଣ୍ଟ ପ୍ରତିଯୋଗୀତାର ପ୍ରଥମ ଦିବସରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିବା ସହ ସଦୟ ସହମତି ପ୍ରକାଶ କରିଛନ୍ତି। ସମ୍ମାନିତ ଅତିଥି ରୂପେ ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ, ରାଜ୍ୟ ହ୍ୟାଣ୍ଡ ବଲ୍ ସଂଘ ସଂପାଦକ ମାନସ କୁମାର ସିଂ, ସମାଜସେବୀ ଲଳିତ ମଙ୍ଗରାଜ, ରେଫ୍ରି ଚେୟାରମେନ୍ ଜିତୁ ପାଣି ପ୍ରମୁଖ ଅତିଥି ରୂପେ ଉପସ୍ଥିତ ରହି ମଞ୍ଚାସିନ ରହିଥିଲେ। ପ୍ରଥମ ଦିବସରେ ୧୬ଟି ମ୍ୟାଚ୍ ଆୟୋଜିତ ହୋଇଥିବା ବେଳେ ସେଥିମଧ୍ୟରୁ ଗଞ୍ଜାମ, ଯାଜପୁର, ପୁରି ଓ କେନ୍ଦୁଝର ଟିମ୍ ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ସେମି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଆସନ୍ତାକାଲି ରବିବାର ଅପରାହ୍ନରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ବିଜୟୀ ଦଳକୁ ପୁରସ୍କାର ବିତରଣ କରାଯିବ ବୋଲି ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘର ସମ୍ପାଦକ ସୁରେଶ ଚନ୍ଦ୍ର ପାଢି ସୂଚନା ଦେଇଛନ୍ତି। ଏଥିରେ ଏନ୍ଆଈଏସ୍ କୋଚ୍ ପ୍ରଶାନ୍ତ କୁମାର ରଥ,ରାଜ୍ୟ ହ୍ୟାଣ୍ଡ ବଲ ସଂଘ ସଭାପତି ବିପ୍ଳବ ଚୌଧୁରୀ, କୋଷାଧ୍ୟକ୍ଷ ସିତେନ୍ଦ୍ର ଦାସ, ଜିଲ୍ଲା କାର୍ଯକାରୀ ସଭାପତି ଅଶୋକ କୁମାର ଶୁକ୍ଳ, ସାଙ୍ଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ, କୋଷାଧ୍ୟକ୍ଷ ଡାକ୍ତର ମନୋଜ କୁମାର ପାତ୍ରଙ୍କ ସମେତ ସମସ୍ତ କ୍ରୀଡା ପ୍ରେମୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here