ଗଞ୍ଜାମ, ଆସିକା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା ଆସିକା ସହରର ହରିହର ହାଇସ୍କୁଲ ମିନି ଷ୍ଟାଡିଅମ ରେ ଅନୁଷ୍ଠିତ ତିନି ଦିନିଆ ୭୨ ତମ ରାଜ୍ୟ ସ୍ତରୀୟ ବରିଷ୍ଠ କବାଡି ପ୍ରତିଯୋଗିତା ଦ୍ୱିତୀୟ ଦିବସରେ ବଳ କସା କସି ହେଉଛନ୍ତି ଖେଳାଳି ମାନେ l ଉପଭୋଗ କରୁଛନ୍ତି ହଜାର ହଜାର ଦର୍ଶକ l
ଖେଳାଳିଙ୍କୁ ଉତ୍ସlହିତ କରୁଛନ୍ତି ପିଲା ଠାରୁ ବୟସ୍କ l କର ବା ମର ପରିସ୍ଥିତି ରେ ଜିଲ୍ଲା ଖେଳାଳି ମାନେ l ଭଲ ପ୍ରଦର୍ଶନ କଲେ ଖେଳିବେ କ୍ଵାଟରଫାଇନାଲ l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକଙ୍କ ଅଧକ୍ଷତା ରେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଆସିକା ତହସିଲଦାର ସଂଗୀତ ସେନ, ଏନଏସି ଅଧକ୍ଷା ବିନେତା ସ୍ୱାଇଁ, ଉପାଧକ୍ଷା ଜୟନ୍ତୀ ବିଷୋୟୀ,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ,କାର୍ଯ୍ୟକାରି ସଭାପତି ଶିବ ନାୟକ, ଉପ ସଭାପତି ସତ୍ୟନାରାୟଣ ସ୍ୱାଇଁ, ସମେତ ବହୁ କାଉନସିଲର ପ୍ରମୁଖ ଉପସ୍ଥିତ ରହିଥିଲେ l
ପ୍ରଥମ ଦିବସରେ ୧୮ ଗୋଟି ଜିଲ୍ଲା ରୁ ଆସିଥିବା ସିନିଅୟର ପୁରୁଷ କବାଡି ଦଳ ମଧ୍ୟରେ ୩୪ ଗୋଟି ଲିଗ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ସେହିପରି ୧୫ ଗୋଟି ଜିଲ୍ଲାର ୨୯ ଗୋଟି ରାଉଣ୍ଡ ଲିଗ ମ୍ୟାଚ ଶେଷ ପର୍ଯ୍ୟନ୍ତ ଖେଳ ଜାରି ରହିବ ବୋଲି ରାଜ୍ୟ କବାଡି ସଂଘ ପ୍ରକାଶ କରିଛି l ଦ୍ବୀତୀୟ ପର୍ଯ୍ୟାୟ ନିମନ୍ତେ ସମସ୍ତ ଖେଳାଳି ଉତ୍ସାହିତ ହୋଇ ଖେଳୁଛନ୍ତି l ନକ ଆଉଟ, ପରେ ପ୍ରି କ୍ୱାଟର, କ୍ୟୁଟର, ସେମି ଫାଇନାଲ ପରିଶେଷରେ ଫାଇନାଲ ଖେଳ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି l