ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଉତ୍କର୍ଷ ଓଡ଼ିଶା କନକ୍ଲେଭରୁ ରାଜ୍ୟ ସରକାରଙ୍କୁ ମିଳିଛି ଏଭଳି ବଡ଼ ଉପଲବ୍ଧି। ଦେଶର ବିଶିଷ୍ଟ ଶିଳ୍ପପତି ଓ ଶିଳ୍ପ ସଂସ୍ଥା ମୁଖିଆଙ୍କୁ ନେଇ ୨ ଦିନର ନିବେଶ ମହାକୁମ୍ଭରେ ରାଜ୍ୟକୁ ଆଶାତୀତ ପୁଞ୍ଜି ଆସିବାର ବିଶାଳ ସମ୍ଭାବନା ସୃଷ୍ଟି ହୋଇଛି । ଏପଟେ ରାଜ୍ୟରେ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତା ସହ ଏନର୍ଜି, ଫୁଡ୍ ପ୍ରୋସେସିଂ, ବୟନ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ବହୁ କଂପାନୀ ଓଡ଼ିଶା ମୁହାଁ ହୋଇଛନ୍ତି । ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ରାଜ୍ୟକୁ ପୁଞ୍ଜି ବର୍ଷା । ୧୬ ଲକ୍ଷ ୭୩ ହଜାର କୋଟିର ପୁଞ୍ଜି ନିବେଶ ଆଗ୍ରହ । ୧୪୫ ଏମ୍ଓୟୁ ଜରିଆରେ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ନିବେଶ ସମ୍ଭାବନା । ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି । ଭୁବନେଶ୍ବରରେ ଆୟୋଜିତ ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା କନକ୍ଲେଭର ଉଦଯାପନୀ ଦିବସରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।