ଭିଜିଲାନ୍ସ ଜାଲରେ ରାଜ୍ୟ ପରିବହନ ଯୁଗ୍ମ କମିଶନର

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଭିଜିଲାନ୍ସ ଜାଲରେ ରାଜ୍ୟ ପରିବହନ ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପରିବହନ ବିଭାଗ ଉପ କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ଚଢାଉ ବେଳେ ପୁଳା ପୁଳା ଟଙ୍କା ସହ ସୁନା ଦେଖି ତାଜୁବ ହେଲେ ଭିଜିଲାନ୍ସ ଅଧିକାରୀ ।

ମୈତ୍ରୀବିହାର ଘରୁ ନଗଦ ୧୫ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ୩ ସୁନା ବିସ୍କୁଟ ଓ ଅନ୍ୟାନ୍ୟ ଦାମୀ ଅଳଙ୍କାର ମଧ୍ୟ ଜବତ କରିଛି ଭିଜିଲାନ୍ସ ଟିମ । ଆଜି ସକାଳୁ ସ୍ଵତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ କରଯାଇଛି ।

କଟକ, ଭୁବନେଶ୍ବର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ୯ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି । ଏହି ରେଡ଼ରେ ୨ ଜଣ ଆଡିସନାଲ ଏସପି, ୧୩ ଡିଏସପି , ୧୨ ଆଇଆଇସି , ୨୫ ଏଏସଆଇଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ମୁତୟନ ରହିଛନ୍ତି । କଟକ STA (State Transport Authority) କାର୍ଯ୍ୟାଳୟରୁ ଏଯାବତ ଅନେକ କିଛି ଦସ୍ତାବିଜ ଜବତ ହୋଇଛି ।

ଏହାସହ ଭୁବନେଶ୍ୱରକୁ କିଛି ପ୍ଲଟ ମଧ୍ୟ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ ଟିମ । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ଚଢାଉ ଶେଷ ହେବା ପରେ ଅନେକ କିଛି ତଥ୍ୟ ସମ୍ନାକୁ ଆସିବ ବୋଲି କହିଛନ୍ତି ଭିଜିଲାନ୍ସ ଇନିସପେକ୍ଟର ।

LEAVE A REPLY

Please enter your comment!
Please enter your name here