ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ନିର୍ବାଚନରେ ଭାଗ ନେବା ପାଇଁ ପତ୍ର ମାଧ୍ୟମରେ ବାପା-ମାଆଙ୍କୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ । ମାଲକାନଗିରି ଜବାହାର ନବୋଦୟ ବିଦ୍ୟାଳୟର ପ୍ରାୟ ୩ ଶହରୁ ଅଧିକ ଛାତ୍ରଛାତ୍ରୀ ପୋଷ୍ଟକାର୍ଡ ମାଧ୍ୟମରେ ନିଜ ନିଜ ଅଭିଭାବକଙ୍କୁ ପତ୍ର ଲେଖି ଗଣତନ୍ତ୍ରର ମହାନ ପର୍ବରେ ଭାଗ ନେବା ଲାଗି ନିବେଦନ କରିଛନ୍ତି ।
ନିର୍ବାଚନ ଦିନ ଘରୁ ବାହାରି ଭୋଟ୍ ଦେବା ଲାଗି ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ ବାପା-ମାଆଙ୍କୁ ଅପିଲ କରିଛନ୍ତି ।