ବିପ୍ଲବୀ ପରିକ୍ରମା ଡିଜିଟାଲ :- ସ୍କୁଲ ପିଲାଙ୍କୁ ମିଳିବ ପୋଷଣଯୁକ୍ତ ଖାଦ୍ୟ l ପିଲା ଖାଇବେ ପୁଷ୍ଟିକର ଲଡୁ ସହ ଅଣ୍ଡା । ଶିଶୁ ବାଟିକାଠୁ ଦଶମ ପର୍ଯ୍ୟନ୍ତ ସବୁ ପିଲା ସାମିଲ ।ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ମିଳିବ ।ଯାହା ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମଧ୍ୟାହ୍ନ ଭୋଜନ ପାଇବେ । ପିଲାଙ୍କୁ ସ୍କୁଲରେ ଦିଆଯିବ ୩ଟି ପୁଷ୍ଟିକର ଲଡୁ ସହ ଏକ ଅତିରିକ୍ତ ଅଣ୍ଡା । ଶିଶୁବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମିଳିବ । ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିବେ । ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ( Mukhyamantri Poshan Yojana)ରେ ବଜେଟ୍ରୁ ଖର୍ଚ୍ଚ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏଣିକି ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ମିଳିବ ୩ଟି ପୁଷ୍ଟିକର ଲଡୁ ସହ ଏକ ଅତିରିକ୍ତ ଅଣ୍ଡା ମିଳିବ । ସୋମବାର, ବୁଧବାର, ଶୁକ୍ରବାର ପିଲାଙ୍କୁ ଅଣ୍ଡା ଦିଆଯିବା ସହିତ ମଙ୍ଗଳବାର, ଗୁରୁବାର, ଶନିବାର ପୋଷଣଯୁକ୍ତ ଲଡୁ ମଧ୍ୟାନ ଭୋଜନାରେ ଦିଆଯିବ । ଶିଶୁବାଟିକାଠୁ ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ଏହା ମିଳିବ । ପିଏମ୍ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅନୁସାରେ ମିଳିବ ।
ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଏନେଇ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିବେ । ଏହା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟ୍ରୁ ଖର୍ଚ୍ଚ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଏପ୍ରିଲ ପହିଲାରୁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ଦିଆଯିବ । ଏହା ସହିତ ମଧ୍ୟାହ୍ନ ଭୋଜନରେ ପୁଷ୍ଟିକର ଲଡୁ ସହିତ ଅଣ୍ଡା ମଧ୍ୟ ଦିଆଯିବ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦିଆଯିବାକୁ ଥିବା ଲଡ଼ୁ ପାଚିକା ତଥା ସହାୟିକାମାନେ ପ୍ରସ୍ତୁତ କରିବେ । ପ୍ରଧାନମନ୍ତ୍ରୀ ପୋଷଣ ଅଧୀନରେ ଅନ୍ତର୍ଭୁକ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏହି ଲଡ଼ୁ ମିଳିବ । ଗୋଟିଏ ଲଡ଼ୁ ପାଇଁ ୩ ଟଙ୍କା ୫୦ ପଇସା ଖର୍ଚ୍ଚ ହେବ । ଲଡ଼ୁ ପିଛା ସାମଗ୍ରୀ ପାଇଁ ୩ ଟା ୨୪ ପଇସା ଓ ପ୍ରସ୍ତୁତି ଖର୍ଚ୍ଚ ୨୬ ପଇସା ଧାର୍ଯ୍ୟ କରାଯାଇଛି । ମାଣ୍ଡିଆ, ଚୁନା, ଗୁଡ଼, ଚିନାବାଦାମ, ଘିଅ, ରାଶି, ଗୁଜରାତି ଓ ଅଳେଇଚ ଏହି ଲଡ଼ୁ ପ୍ରସ୍ତୁତ ପାଇଁ ଆବଶ୍ୟକ । ଲଡ଼ୁ ପାଇଁ ଆବଶ୍ୟକ ସାମଗ୍ରୀ ସ୍ଥାନୀୟ ବଜାରରୁ ସାପ୍ତାହିକ ଓ ୧୫ ଦିନିଆ ଭିତ୍ତିରେ ସ୍କୁଲର ପ୍ରଧାନଶିକ୍ଷକ/ ପ୍ରଧାନ ଶିକ୍ଷୟତ୍ରି କିଣିବାର ବ୍ୟବସ୍ଥା କରିବେ ।
ରାଜ୍ୟରେ ଥିବା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ଯେଭଳି ଭାବରେ ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କ ପାଇଁ ପ୍ରତି ଲଡୁ ପିଛା ୩ ଟଙ୍କା ୫୦ ପଇସା ରେ ପୁଷ୍ଟିକର ଲଡୁ ଯୋଗାଇ ଦେବେ । ଛାତ୍ରଛାତ୍ରୀଙ୍କ ଆନୁମାନିକ ସଂଖ୍ୟା ସମ୍ବଳିତ ବିସ୍ତୃତ ତାଲିକା ପ୍ରସ୍ତୁତ କରିବା ସହିତ ବିଭାଗକୁ ପରବର୍ତ୍ତୀ ସମୟରେ ଏହାକୁ ସେୟାର କରିବେ। ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସାର ପାଇଁ ସମସ୍ତ ଜିଲ୍ଲାପାଳଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ “ଛାତ୍ରଛାତ୍ରୀମାନଙ୍କୁ ପୁଷ୍ଟିକର ଲଡୁ ବଣ୍ଟନ”ର ଚିତ୍ର ସେୟାର କରିବାକୁ ଅନୁରୋଧ କରାଯାଇଛି ।
ପୂର୍ବରୁ ବିଦ୍ୟାଳୟରେ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ମିଳୁଥିଲା । ଛାତ୍ରଛାତ୍ରୀମାନେ ଯେଭଳି ପାଠରେ ଧ୍ୟାନ ଦେଇପାରିବ ଏବଂ କେହି ମଧ୍ୟ ଭୋକରେ ରହିବେନି ସେନେଇ ଏହି ବ୍ୟବସ୍ଥା କରାଯାଉଛି । ଅର୍ଥାତ୍ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ଲାଭ ମିଳିପାରିବ । ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ମିଳିବ । ୨୦୨୫-୨୬ ଆର୍ଥିକ ବର୍ଷରୁ ଏହା ଲାଗୁ ହେବ । ଏଥିପାଇଁ ବର୍ଷକୁ ୫୭୦.୭୧ କୋଟି ଟଙ୍କା ଖର୍ଚ୍ଚ ହେବ ।