ଚମ୍ପୁଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମହୁମାଛି ଆକ୍ରମଣରେ ଆଠ ଛାତ୍ର ଛାତ୍ରୀ ଆହତ ହୋଇ ଚମ୍ପୁଆ ମେଡିକାଲ ରେ ଭର୍ତି ହୋଇଛନ୍ତି l ଚମ୍ପୁଆ ବ୍ଲକ କାଳିକାପ୍ରସାଦ ସରସ୍ବତୀ ଶିଶୁ ମନ୍ଦିର ର ଛାତ୍ର ଛାତ୍ରୀ ଆଜି ( ଶନିବାର ) ସକାଳୁ ଅଟେlରେ ସ୍କୁଲ ଆସୁଥିବା ବେଳେ ହୁଞପଶି ନିକଟରେ ହଠାତ ମହୁମାଛି ଆକ୍ରମଣ କରିଥିଲେ ଫଳରେ ଛାତ୍ର ଛାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ଘର ଲୋକ ଚମ୍ପୁଆ ତାକ୍ତରଖାନା ଚିକିତ୍ସା ପାଇଁ ଆଣିଥିବା ବେଳେ ପିଲାଙ୍କ କାନ ବେକ ହାତ,ମହୁମାଛି ଆକ୍ରମଣ ରେ ଫୁଲିଯାଇଥିବା ଜଣାପଡିଛି l