କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶକ୍ରମେ ଉପଖଣ୍ଡ ସ୍ତରୀୟ ଖରିଫ ୨୦୨୪-୨୫ ବର୍ଷ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ ସକାଶେ ଚଳିତ ଡିସେମ୍ବର ମାସ ୨୪ ତାରିଖରୁ ହେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ନିୟନ୍ତ୍ରିତ ବଜାର ସମିତି କାର୍ଯ୍ୟାଳୟ ଅଙ୍କୁରା ପରିସରରେ କରଞ୍ଜିଆ ବ୍ଲକର କରଞ୍ଜିଆ ଓ ପାଟବିଲ ଲ୍ୟାମ୍ପ୍ସ ପକ୍ଷରୁ ଚଳିତ ବର୍ଷ ଧାନ କିଣା ପାଇଁ ଧାନମଣ୍ଡି ପାଞ୍ଚପୀଢ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦଙ୍କ ଦ୍ଵାରା ଉଦଘାଟନ କରିଥିଲେ।ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କ ଉତ୍ପାଦିତ ବଳକା ଧାନ ସବୁକୁ ଲ୍ୟାମ୍ପ୍ସ ରେ ନିର୍ଧାରିତ ଦିନ ଆଜି ଠାରୁ ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ବିକ୍ରି କରିପାରିଵେ।ନିଜ ଉତ୍ପାଦିତ ଧାନକୁ ଭଲ ଭାବରେ ଖରାରେ ଶୁଖାଇ ବାଲି,ମାଟି,କାଠି,କୁଟା ଓ ପୋଲା ଇତ୍ୟାଦି ସଫା କରି ବିକ୍ରୟ କେନ୍ଦ୍ରକୁ ଆଣିବେ।ଏହାସହ ଯେପରି ଧାନ ବ୍ୟଵସାୟ ଓ ଖାଦ୍ୟ ଉପଯୋଗୀ,ପୋକରା ଦୁର୍ଗନ୍ଧ ଓ ବିଷ ମୁକ୍ତ ହୁଏ ସେ ବିଷୟରେ ବିଶେଷ ଧ୍ୟାନ ଦେବେ ବୋଲି ଉପଜିଲ୍ଲାପାଳ ଉପସ୍ଥିତ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ଚାଷୀମାନେ ବିକ୍ରୟ କେନ୍ଦ୍ରକୁ ସକାଳ ୮ ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଆଣିପାରିବେ। ଚାଷୀ ସରକାରଙ୍କ ପାଖରେ ପଞ୍ଜିକୃତ ମୋବାଇଲ ନମ୍ବରରେ ଧାନ ବିକ୍ରି ସମ୍ବନ୍ଧୀୟ ତଥ୍ୟ ମେସେଜ ପାଇପାରିବେ। ଏହା ବ୍ୟତୀତ ଚାଷୀ ଟୋଲଫ୍ରି ନମ୍ବର ୧୯୬୭ କୁ କଲ୍ କରି ସମସ୍ତ ତଥ୍ୟ ମଧ୍ୟ ପାଇପାରିବେ ବୋଲି ସେ ପ୍ରକାଶ କରିଥିଲେ। ଆଜି ପ୍ରଥମ ଦିନରେ୪ ଜଣ ଚାଷୀ ସେମାନଙ୍କ ବଳକା ଧାନ ଏଠାରେ ବିକ୍ରୀ କରିବା ପାଇଁ ଆଣିଥିଲେ।ପ୍ରଥମ ଦିନରେ କରଞ୍ଜିଆ ଲ୍ୟାମ୍ପ୍ସ ପକ୍ଷରୁ ୧୦୫ କ୍ୱଣ୍ଟାଲ ଧାନ ସଂଗ୍ରହ କରା ଯିବାନେଇ କରଞ୍ଜିଆ ଲ୍ୟାମ୍ସ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଗିରି ସୂଚନା ଦେଇଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମକୁ ପରିଚାଳନାରେ ଲ୍ୟାମ୍ପ୍ସ ର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ l