କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆସନ୍ତା ୨୪-୧୨-୨୪ ତାରିଖ ଠାରୁ ଚଳିତ ବର୍ଷର ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ସ୍ଥିର କରିଛି । ତେଣୁ ଚାଷୀଙ୍କୁ ସେମାନଙ୍କ ଆଦାୟ ବଳକା ଧାନକୁ ଲ୍ୟାମ୍ପସରେ ନିର୍ଦ୍ଧାରିତ ଦିନରେ ବିକ୍ରି କରିବା ପାଇଁ ଅନୁରୋଧ କରିଛନ୍ତି ଉପଜିଲ୍ଲାପାଳ । ଧାନ ସବୁକୁ ଭଲ ଭାବରେ ଖରାରେ ଶୁଖାଇ ସଫା କରି ବିକ୍ରୟ କେନ୍ଦ୍ରକୁ ନେବାପାଇଁ ନିର୍ଦେଶ ରହିଛି .ଚାଷୀ ସରକାରଙ୍କ ପାଖରେ ପଞ୍ଜିକୃତ କରିଥିବା ମୋବାଇଲ ନମ୍ବରରେ ଧାନ ବିକ୍ରି ସମ୍ବନ୍ଧୀୟ ତଥ୍ୟ ମ୍ୟାସେଜ ପାଇ ପାରିବେ। ଜିଲ୍ଲା ପ୍ରଶାସନ ଦ୍ୱାରା ଧାର୍ଯ୍ୟ ଦିନ ମାନଙ୍କରେ ଧାନ ଆଣିବାକୁ ହେବେ ।
ଏଥିପାଇଁ ଅଗ୍ରୀମ ଟୋକନ ପାଇଥିବା ବାଷୀ କ୍ରୟ କେନ୍ଦ୍ରର ଅଧିକାରୀଙ୍କ ସହିତ ଯୋଗଯୋଗ କରି ମଣ୍ଡିକୁ ଧାନ ଆଣିପାରିବେ। ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ଅନୁସାରେ ଅଖା ,ଝୋଟ ବସ୍ତାରେ ସଫା ଓ ଶୁଖୁଲା ଧାନ ମଣ୍ଡିକୁ ବିକ୍ରୟ ପାଇଁ ଆଣିବା ନିମନ୍ତେ ଚାଷୀ ଭାଇଭଉଣୀ ମାନଙ୍କୁ ଅନୁରୋଧ କରାଯାଇଅଛି ।
ଚାଷୀଙ୍କ ସୂଚନା ପ୍ରଦାନ କରିବାକୁ ଆଜି ପଞ୍ଚାପୀଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ , ଓଡିଶା ସମବାୟ ସଙ୍ଘ ସଦସ୍ୟ ଶ୍ରୀଯୁକ୍ତ ଗିରିଧାରୀ ପୃଷ୍ଟି, ପ୍ରମୁଖ ଉପସ୍ଥିତ ଥିଲେ | ଏହି ସଚେନେତା ରଥ ଉପଖଣ୍ଡ ର ପ୍ରତ୍ୟେକ ବ୍ଲକ ଏବଂ ଗାଁ ବୁଲି ଏ ବିଷୟରେ ସଚେତନତା କରିବ ବୋଲି ଉପଜଲ୍ଲାପାଳ ସୂଚନା ଦେଇଛନ୍ତି |