ସୁଭଦ୍ରା’ ଯୋଜନାକୁ ନେଇ ତେଜିଲା ରାଜନୀତି

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସୁଭଦ୍ରା ଯୋଜନାର ରୂପରେଖକୁ ନେଇ ସରଗରମ ରାଜନୀତି । ଧୂଆଁବାଣ ଓ ଭୋଟବ୍ୟାଙ୍କ ପଲିଟିକ୍ସ କହି ବିରୋଧୀଙ୍କ କଟାକ୍ଷ । ସୁଭଦ୍ରା ଯୋଜନାର ରୂପରେଖ ସାମ୍ନାକୁ ଆସୁ ଆସୁ, ଘେରିଲେଣି ବିରୋଧୀ। ବିରୋଧୀ ଦଳ ନେତା । ନବୀନ ପଟ୍ଟନାୟକ ବିଜେପି ସରକାରକୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ୫ଟି ପଏଣ୍ଟ ଉଲ୍ଲେଖ କରିଛନ୍ତି। ଲେଖିଛନ୍ତି- ନିର୍ବାଚନ ସମୟରେ ବିଜେପି କହିଥିଲା ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ, ହେଲେ ଦେଉଛନ୍ତି ମାତ୍ର ୫ହଜାର ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ୩ଜଣରୁ ଜଣେ। ଏହା କ’ଣ ବିଜେପିର ଗ୍ୟାରେଣ୍ଟି ? ପ୍ରାୟ ୨.୨୫ କୋଟି ମହିଳା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ମାତ୍ର ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇପାରିବେ। ୬ମାସରେ ମାତ୍ର ୫ହଜାର ଟଙ୍କାର ସହାୟତା; ଯାହା ମାସକୁ ମାତ୍ର ୮୦୦ ଟଙ୍କା ପଡ଼ୁଛି। ଏହା କେଉଁ କାମରେ ଲାଗିବ ? କଂଗ୍ରେସ ବି ଏହାକୁ ବିଜେପିର ଭୋଟବ୍ୟାଙ୍କ ପଲିଟିକ୍ସ କହି ସମାଲୋଚନା କରିଛି।ନବୀନଙ୍କ ସମାଲୋଚନାର କଡ଼ା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯୋଜନାର ରୂପରେଖ ସାମ୍ନାକୁ ଆସିବା ପରେ ଏହାକୁ ଗ୍ୟାରେଣ୍ଟି ନା ଧୂଆଁବାଣ କହି ବିଜେପି ସରକାରକୁ ସମାଲୋଚନା କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏବେ କାଳିଆ ଯୋଜନା କଥା ଉଠାଇ, ମିଛ କହୁଥିବା ଲୋକକୁ ସବୁକଥାରେ ମିଛ ଦେଖାଯାଏ ବୋଲି କଟାକ୍ଷ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ତେବେ ଆର୍ଥିକ ସ୍ବଚ୍ଛଳ ମହିଳା କହିଲେ ତାଙ୍କ ବ୍ୟକ୍ତିଗତ ଆୟକୁ ବୁଝାଉଛି, ନା ପାରିବାରିକ ଆୟକୁ ମାପଦଣ୍ଡ ଭାବେ ଗ୍ରହଣ କରାଯିବ ? ମହିଳାଙ୍କ ବାପା କିମ୍ବା ସ୍ବାମୀ ଯଦି ଆୟକର ଦେଉଥିବେ, ତେବେ ସେ ସାମିଲ ହୋଇପାରିବେ କି ନାହିଁ ? ଗୋଟିଏ ଘରେ ଏକାଧିକ ଯୋଗ୍ୟ ମହିଳା ଥିଲେ ସମସ୍ତେ ଆବେଦନ କରିପାରିବେ କି ? ଆଶା, ଅଙ୍ଗନବାଡ଼ି ଦିଦି ଓ ଏସ.ହେଚ.ଜି ମହିଳା ମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ନା ନାହିଁ ? ଏସବୁ ଦିଗରୁ ସ୍ପଷ୍ଟତା ଆସିନଥିବାରୁ ମହିଳାମାନେ ଦ୍ବନ୍ଦ୍ବରେ ଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here