ଏପ୍ରିଲ ୨୪ ରେ ମିଳିବ ସୁଭଦ୍ରା ଟଙ୍କା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆସନ୍ତା ଏପ୍ରିଲ ୨୪ ଅର୍ଥାତ ପଞ୍ଚାୟତିରାଜ ଦିବସ ଅବସରରେ ମିଳିବ ସୁଭଦ୍ରା ଟଙ୍କା । ୧ ଲକ୍ଷ ୭୦ ହଜାର ମହିଳା ପାଇବେ କିସ୍ତି । ଅର୍ଥାତ ଦୁଇଟି କିସ୍ତିର ଟଙ୍କା ଏକା ସାଙ୍ଗରେ ପ୍ରଦାନ କରାଯିବ । ପୁରୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବଣ୍ଟାଯିବ ସୁଭଦ୍ରା ଟଙ୍କା । ଆସନ୍ତା ଏପ୍ରିଲ ୨୪ ହେଉଛି ପଞ୍ଚାୟତିରାଜ ଦିବସ । ଏହି ଅବସରରେ ରାଜ୍ୟର ଏକ ଲକ୍ଷ ୭୦ ହଜାର ମହିଳାଙ୍କୁ ଦିଆଯିବ ଷଷ୍ଠ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଦୁଇଟି କିସ୍ତି ଏକା ସାଙ୍ଗରେ ଦିଆଯିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେବେ ଯେଉଁମାନେ ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିଲେ ସେମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା ।

 

ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ‘ସୁଭଦ୍ରାକୁ ସହଜ କରିବା ପାଇଁ ସର୍ଭେ ହେବ । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଦିଆଯିବ । ତୃତୀୟ କିସ୍ତି ପରେ ଯେଉଁମାନେ ୨୧ ବର୍ଷ ହେଇ ଯାଇଥିବ । ସେମାନେ କରି ପାରିବେ ଆବେଦନ । ତାଙ୍କ ପାଇଁ ପୁଣି ସୁଭଦ୍ରା ଓପନ ହେବ । ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ହେବ ବୋଲି କୁହାଯାଇଥିଲା ।’ କିଛି ଲୋନ ପାଇଁ ତାଙ୍କର ଆଇଟି ରିଟର୍ଣ୍ଣ ୫ ଲକ୍ଷରୁ ଊର୍ଦ୍ଧ୍ବ ବୋଲି ଦର୍ଶାଇ ଥିବାରୁରୁ ସୁଭଦ୍ରାର ଦ୍ଵିତୀୟ ମିଳିନାହିଁ । ଏହା ଉପରେ ବର୍ତ୍ତମାନ ତର୍ଜମା ଚାଲିଥିଲା । ଘରକୁ ଘର ଯାଇ ସର୍ଭେ ହେବ । କେଉଁ କ୍ୟଟେଗୋରିରେ କିଭଳି ଅଯୋଗ୍ୟ ହୋଇଛନ୍ତି । ସେନେଇ ତର୍ଜମା ହେବ। ଯେଉଁମାନେ ଧନୀ ବର୍ଗର ଅଛନ୍ତି ସେମାନେ ବାଦ ପଡ଼ି ଯାଆନ୍ତୁ ପଛେ ଯେଉଁ ପ୍ରକୃତରେ ଯୋଗ୍ୟ ସେମାନଙ୍କୁ ନିଶ୍ଚିତ ମିଳିବ ସୁଭଦ୍ରା ଟଙ୍କା। ଅଯୋଗ୍ୟଙ୍କୁ ବିଭିନ୍ନ ବର୍ଗରେ ଭାଗ ସ୍କୁଟିନି ହେବ । ଏପ୍ରିଲ ୧୪ ପରେ ଘରକୁ ଘର ବୁଲି ପୁଣି ସର୍ଭେ କରାଯିବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here