ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ୨୦୨୪ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଉକ୍ତ ପରୀକ୍ଷାରେ ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଦ୍ଵାରା ପରିଚାଳିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଅପୂର୍ବ ସଫଳତା ହାସଲ କରିଛନ୍ତି । ୩୦୪ଟି ଶିଶୁ ବିଦ୍ୟା ମନ୍ଦିରରୁ ମୋଟ ୧୫୬୨୬ ଜଣ ପରୀକ୍ଷା ଦେଇଥିବା ବେଳେ ସେଥୁମଧ୍ୟରୁ ୧୫୬୧୬ ଜଣ (୯୯.୯୪%) ଛାତ୍ରଛାତ୍ରୀ ଉତ୍ତୀର୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୮୨ (୯୭%) ନମ୍ବର ରଖ୍ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଶ୍ରୀ ଆୟୂଷ ଆଶୁତୋଷ ବେହେରା, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠନଗର, ବ୍ରହ୍ମପୁର ।
ସମଗ୍ର ରାଜ୍ୟର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଉତ୍ତୀର୍ଣ୍ଣ ଫଳାଫଳ :-
A1 = 544, A2 = 2143, B1 = 3874, B 2 = 4143, C = 3272, D = 1379, E = 261 ସେହିପରି ଶିକ୍ଷାବର୍ଷ ୨୦୨୪ରେ +୨ ବିଜ୍ଞାନ, ବାଣିଜ୍ୟ ଓ କଳା ପରୀକ୍ଷାରେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଦ୍ଵାରା ପରିସ୍ଖଳିତ ସରସ୍ଵତୀ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରମାନେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ମୋଟ ୧୭୧୬ ଜଣ ପରୀକ୍ଷା ଦେଇଥିବା ବେଳେ ୧୭୦୮ ଜଣ (୯୯.୫୩%) ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସମଗ୍ର ରାଜ୍ୟର ସରସ୍ଵତୀ ବିଦ୍ୟା ମନ୍ଦିରର ଉତ୍ତୀର୍ଣ ଫଳ ନିମ୍ନରେ ସୂଚିତ କରାଗଲା । +2 Science – 1st Div. – 1078, 2nd Div. – 220, 3rd Div. – 60 +2 Commerce – 1st Div. – 132, 2nd Div. – 07 +2 Arts – 1st Div. 29, 2nd Div. 31, 3rd Div. – 151 ଏହି ପରୀକ୍ଷାରେ ଉତ୍କର୍ଷତା ହାସଲ କରିଥିବାରୁ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସଭାପତି, ସମ୍ପାଦକ, ସଂଗଠନ ମନ୍ତ୍ରୀ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ, ଆଚାର୍ଯ୍ୟଆଚାର୍ଯ୍ୟା ଏବଂ ଅଭିଭାବକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।