ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ.ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ/ଅଭିଭାବିକା ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାଧୁଚରଣ ଦଣ୍ଡସେନା ସଭାପତି ଆସନ ଅଳଙ୍କୃତ କରିଥିଲା ବେଳେ ଅବାରସିଂ ପଞ୍ଚାୟତର ନାଏବ ସରପଞ୍ଚ ପବିତ୍ର ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସଭା କାର୍ଯ୍ୟର ପ୍ରାରମ୍ଭରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦୀପ ଅର୍ପଣ କରାଯାଇଥିଲା । ଏହା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦଳବେହେରା ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କର APAAR ID ଖୋଲିବା ସମ୍ପର୍କରେ ଅବଗତ କରାଇଥିଲେ ।
ଏହି ସଭାରେ ୧୦୩ ଜଣ ଅଭିଭାବକ ଅଭିଭାବିକା ଉପସ୍ଥିତ ରହି ସଭାକୁ ସଫଳ କରାଇଥିଲେ । ଉକ୍ତ ଅବସରରେ ଗତ ୨୯ ତାରିଖରେ “ନିଶା ନିବାରଣ” ବିଷୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଛେଳିଗଡ ଠାରେ ଆୟୋଜନ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କେ.ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରୁ କନିଷ୍ଠ ବିଭାଗରେ ସରସ୍ଵତୀ ବଳବେହେରା ଷଷ୍ଠ ଶ୍ରେଣୀ ବକ୍ତୃତାରେ ଦ୍ୱିତୀୟ ସ୍ଥାନ, ଭେଙ୍କେଟେଶ୍ୱର ନାୟକ ଅଷ୍ଟମ ଶ୍ରେଣୀ ଚିତ୍ରାଙ୍କନରେ ଦ୍ୱିତୀୟ ସ୍ଥାନ, ବରିଷ୍ଠ ବିଭାଗରେ ଆରତୀ କାର୍ଯୀ ନବମ ଶ୍ରେଣୀ ରଚନା ଲିଖନରେ ପ୍ରଥମ ସ୍ଥାନ, ପାପାଲି କମାର ନବମ ଶ୍ରେଣୀ ବକ୍ତୃତାରେ ପ୍ରଥମ ସ୍ଥାନ ଅଧିକାର କରିବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଥିଲେ । ଏଣୁ ଏହି କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ବୈଠକରେ ସମସ୍ତ ଅଭିଭାବକ ଏବଂ ଅଭିଭାବିକାଙ୍କ ଉପସ୍ଥିତିରେ ସମ୍ମାନିତ କରାଯାଇଥିଲା । ଉକ୍ତ ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିବା ବେଳେ ଶିକ୍ଷକ ଯୁଧିଷ୍ଠିର ପାଇକ ମଞ୍ଚ ପରିଚାଳନା କରିଥିଲେ ।