ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସମାଜର ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ସମୟରେ ଖୋଜାପଡେ ସାମ୍ବାଦିକ କିନ୍ତୁ ଆଜିକାଲି ଏହି ସାମ୍ବାଦିକତା କରୁଥିବା ସାମ୍ବାଦିକ ମାନେ ବିଭିନ୍ନ କ୍ଷେତ୍ରରେ ଅସାମାଜିକ ବ୍ୟକ୍ତିଙ୍କ ଆକ୍ରମଣର ର ଶିକାର ହୁଅନ୍ତି ବା ଆକ୍ରୋଶ ର ଶିକାର ହୁଅନ୍ତି । ଠିକ ସେହିପରି ଗତ ରବିବାର ଦିନ ପୁରୀ ଶ୍ରୀମନ୍ଦିର ସମ୍ମୁଖ ରେ ଜଣେ ମହିଳା ସାମ୍ବାଦିକା ଲିନୁ ନାୟକ ଓ କ୍ୟାମେରାମ୍ୟାନ ଙ୍କ ଉପରେ ସେବାୟତଙ୍କ ମରଣାନ୍ତକ ଆକ୍ରମଣ ଘଟଣାକୁ ବିଭିନ୍ନ ସଙ୍ଘଠନ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ବ୍ରହ୍ମପୁର ଠାରେ ବ୍ରହ୍ମପୁର ପ୍ରେସ କ୍ଳବ୍ ସାମ୍ବାଦିକ ଓ ଏସୟୁଜେ ସଂଘ ପକ୍ଷରୁ ଏହି ଘଟଣାର ପ୍ରତିବାଦ କରାଯିବା ସହ ଦୋଷୀ ଙ୍କ ସହ ଦୃଢ କାର୍ଯ୍ୟନୁଷ୍ଠାନ ଦାବି ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା l
ତେବେ ଏହି ବିକ୍ଷୋଭ ରେ ବ୍ରହ୍ମପୁର ପ୍ରେସ କ୍ଲବ ସମ୍ପାଦକ ପ୍ରହ୍ଲାଦ ସାହୁ କୋଷଧ୍ୟକ୍ଷ ଶିବ ନାରାୟଣ ପଣ୍ଡା,ଏସୟୁଜେ ଗଞ୍ଜାମ ଜିଲ୍ଲା ସଭାପତି ବିଶ୍ଵନାଥ ମାରଣାଙ୍କ ସମେତ ବ୍ରହ୍ମପୁରର ବହୁ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ଥିଲେ।