ବିପ୍ଲବୀ ପରିକ୍ରମା ଡିଜିଟାଲ :- ସୁଜାତା ଆର କାର୍ତ୍ତିକେୟନ ଭିଆରଏସ ନେଇଥିବା ସୂଚନା ମିଳିଛି । ସୁଜାତାଙ୍କ ଭିଆରଏସକୁ କେନ୍ଦ୍ର ମଞ୍ଜୁରି ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ୧୫ ଦିନ ତଳେ କେନ୍ଦ୍ର ନିକଟରେ ଆବେଦନ କରିଥିବା ସୂଚନା ମିଳୁଛି । ୨୦୦୦ ବ୍ୟାଚର ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନ । ପୂର୍ବତନ 5T ସଚିବ ତଥା ବିଜେଡି ସୂତ୍ରଧର ଥିବା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଆର କାର୍ତ୍ତିକେୟନ ଗତ ବର୍ଷେ ତଳେ ନିଜ ସ୍ୱାମୀ ନେଇଥିବା ଭିଆରଏସ ଭଳି ଏବେ ସେ ମଧ୍ୟ ନେଇଛନ୍ତି ଭିଆରଏସ ବା ସ୍ବେଛାକୃତ ଭାବେ ଚାକିରୀ ରୁ ଅବସର ନେଇଛନ୍ତି l