ବୁଧବାର ଫେରିବେ ସୁନୀତା, ସରିବାକୁ ଯାଉଛି ୯ ମାସର ଅପେକ୍ଷା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ସବୁ ଉଦ୍ୟମ କରାଯାଉଛି । ଏଲନ ମସ୍କଙ୍କ ସ୍ପେସ୍‌ ଏକ୍ସର ସ୍ପେସ୍‌କ୍ରାଫ୍ଟ ଫାଲକନ ରବିବାର ଇଣ୍ଟରନ୍ୟାସନାଲ ସ୍ପେସ୍‌ ସେଣ୍ଟରରେ ପହଞ୍ଚିସାରିଛି । ଏବେ ନାସା ପକ୍ଷରୁ ମହାକାଶଚାରୀଙ୍କ ଫେରିବା ସମୟ ନେଇ ବଡ ସୂଚନା ମିଳିଛି । ସରିବାକୁ ଯାଉଛି ୯ ମାସର ଅପେକ୍ଷା,ବୁଧବାର ପୃଥିବୀକୁ ଫେରିବେ ସୁନୀତା,ଭାରତୀୟ ସମୟ ଅନୁସାରେ ୧୯ ମାର୍ଚ୍ଚ ଭୋର ୩.୨୭ ମିନିଟ୍‌ରେ ଫେରିବେ,୧୯ ମାର୍ଚ୍ଚରେ ଫ୍ଲୋରିଡାରେ ଅବତରଣ କରିବେ,ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାର ସିଧା ପ୍ରସାରଣ କରିବ ନାସା,ସୁନୀତା ୱିଲିୟମ୍ସ ଓ ବେରୀ ବିଲମୋର ଜୁନ ୨୦୨୪ରେ ଇଣ୍ଟରନ୍ୟାସନାଲ ସ୍ପେସ୍‌ ସେଣ୍ଟରକୁ ଯାଇଥିଲେ । କେବଳ ୮ଦିନ ପାଇଁ ଯାଇଥିବା ମହାକାଶଚାରୀ ବୈଷୟିକ ତ୍ରୁଟି ପାଇଁ ୯ମାସ ହେବ ଫସି ରହିଛନ୍ତି । ଏମାନଙ୍କୁ ଫେରାଇ ଆଣିବାକୁ ଆମେରିକା, ଜାପାନ ଓ ରୁଷର ୪ଜଣ ମହାକାଶଚାରୀ ସ୍ପେସ୍‌ ସେଣ୍ଟରରେ ପହଞ୍ଚିଛନ୍ତି ।

 

ସରିବ ୯ ମାସର ଅପେକ୍ଷା,କ୍ରୁ ସ୍ପେସ୍‌-ଏକ୍ସ ଓ ନାସା ମିଳିତ ଉଦ୍ୟମକୁ ସଫଳତା ମିଳିଛି,ଶୁକ୍ରବାର କ୍ରୁ-୧୦ ମିଶନ ଲଞ୍ଚ୍‌ କରାଯାଇଥିଲା,ନାସା ଓ ସ୍ପେସ୍‌-ଏକ୍ସର ମିଶନକୁ କ୍ରିୟୁ-୧୦ ନାଁ ଦିଆଯାଇଛି,୪ ଜଣ ମହାକାଶଚାରୀ ସ୍ପେସ୍‌ ସେଣ୍ଟରରେ ପହଞ୍ଚିଛନ୍ତି, ନାସାର ଆନ ମ୍ୟାକକ୍ଲେନ୍‌, ନିକୋଲ ଆୟର୍ସ, ଟାକୁୟା ଓନିଶି, କିରିଲ ପେସକୋଭ ପହଞ୍ଚିଛନ୍ତି l ତେବେ ସୁନୀତା ଫେରିବା ନେଇ ସମୟ ଓ ଦିନ ସ୍ଥିର ହେବା ପରେ ଏନେଇ ମହକାଶଚାରୀଙ୍କ ସମେତ ପରିବାର ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠରେ ମହାକାଶଚାରୀ ପହଁଚନ୍ତୁ ବୋଲି ସବୁଠି ପ୍ରାର୍ଥନା କରାଯାଉଛି । ତେବେ ଏହି ଲମ୍ବା ପ୍ରକ୍ରିୟାକୁ ସଫଳ କରିବା ବେଶ କାଠିକର ପାଠ । ଛୋଟିଆ ଭୁଲ ମିଶନକୁ କ୍ଷଣିକରେ ବିଫଳ କରିପାରେ । ତେଣୁ ଟିକିନିକ ସବୁ ଦିଗରେ ନଜର ରଖାଯାଇ କିଭଳି ମହାକାଶଚାରୀଙ୍କ ଫେରାଇ ଅଣାଯିବ ସେ ଦିଗରେ ଧ୍ୟାନ ଦିଆଯାଉଛି । ସୂଚନା ଅନୁସାରେ ମହାକାଶଚାରୀ ଫେରିବା ପରେ ଡାକ୍ତରୀ ଯାଞ୍ଚ କରାଯିବ ଓ କିଛି ଦିନ ସେମାନଙ୍କୁ ଆଇସୋଲେସନ ରଖାଯିବ । ପରେ ସ୍ୱାଭାବିକ ହେବ ମହାକାଚାରୀଙ୍କ ଜୀବନଯାପନ । ଅନ୍ୟପଟେ ୮ଦିନ ପାଇଁ ଯାଇଥିବା ମହାକାଶଚାରୀ ୯ମାସ ଫଶି ରହିବା ଯୋଗୁଁ ସେମାନେ ମାନସିକ ଓ ଶାରୀରିକ ସମସ୍ୟା ଦେଇ ଗତି କରିବା ଆଶଙ୍କା ମଧ୍ୟ ରହିଛି ।

LEAVE A REPLY

Please enter your comment!
Please enter your name here