ସୁପର ମାର୍କେଟ M2 ମଲ ରେ ବ୍ରିକ୍ରି ହେଉଛି ପ୍ଲାଷ୍ଟିକ ଚାଉଳ 

0

ଗଜପତି ( ବିପ୍ଲବୀ ପରିକ୍ରମା ):- M2 ମଲ ରେ ପ୍ଲାଷ୍ଟିକ୍ ମିଶ୍ରଣ ଚାଉଳ ବିକ୍ରି ହେଉଛି ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମହେନ୍ଦ୍ରଗଡ ସ୍ଥିତ M2 ମଲ ସୁପର ମାର୍କେଟ ରେ । କିଛି ଦିନ ପୁର୍ବରୁ M2 ମହଲରୁ ମହାରାଣୀ ଚାଉଳ 25 କିଲ 930 ଦୁଇ ପ୍ୟାକେଟ 1860 ଟଙ୍କାରେ ନେଇଥିଲେ l ତାକୁ ବ୍ୟବହାର କରିବା ପରେ ଚାଉଳରୁ କିଛି ହଦଳିଆ ରଙ୍ଗର ଚଉଳ ବହୁତ୍ ମାତ୍ରା ରେ ଦେଖିବାକୁ ପାଇଥିଲେ l ରୋଷେଇ କରିବା ପରେ ସେଥିରୁ ଅଜବ ପ୍ରକାର ବାସ୍ନା ବାହାରିଥିଲା ।ପରେ ସେହି ଚାଉଳକୁ ନିଆଁ ରେ ପୋଡ଼ି ପରୀକ୍ଷା କରିଥିଲେ ଓ M2 ମହଲର ମ୍ୟାନେଜର ଙ୍କୁ phone କରି ଅଭିଯୋଗ କରିଥିଲେ l

Oplus_131072

କିନ୍ତୁ ସେଠାର ମ୍ୟାନେଜର ତାଙ୍କୁ କହିଥିଲେ ଯେ ଆପଣ ନେଇଥିବା ଚାଉଳ କୁ ଚେଞ୍ଜ କରି ଅଲଗା କିଛି ଚାଉଳ ନେଇ ଆପଣଙ୍କ ଘରେ ପହଞ୍ଚାଇବୁ l କିନ୍ତୁ ଦୁଇ ଦିନ ପରେ କେବଳ 25 କିଲ ଗୋଟେ ପ୍ୟାକେଟର ଚାଉଳ ନେଇ ଦେଇଥିଲେ l ଅନ୍ୟ ଏକ ଚାଉଳ ପ୍ୟାକେଟକୁ ନେଇ ପଳାଇଥିଲେ କିନ୍ତୁ ମହାରାଣୀ ଚାଉଳ 930 ଟଙ୍କା ଦେଇ କିଣିଥିବା ବେଳେ ଅନ୍ୟ ଏକ ବ୍ରାଣ୍ଡର ଚାଉଳ ଦେଇ ଯାଇଥିବା ପୁଣି ଅଭିଯୋଗ କରିଥିଲେ l ଏମିତି କି ଆଜିକୁ 4ଦିନ ବିତିଯାଇଥିବା ବେଳେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନାହାନ୍ତି । l କହୁଥିଲେ କାଲି ଦେଖିବୁ, କାଲି ପିଲା ସହ ଚାଉଳ ପଥେଇଦେବୁ କହି ଭଣ୍ଡି ଚାଲିଛନ୍ତି l

ବର୍ତ୍ତମାନ ଗଜପତି ଜିଲ୍ଲା ଦୁର୍ଗମ ଅଞ୍ଚଳରେ ନାମୀ M2 ମହଲ ଏହି ଭଳି ଜିନିଷ ବିକ୍ରି ହେଉଥିବା ବେଳେ ପ୍ରଶାସନ ର କୌଣସି ପଦକ୍ଷେପ ଦେଖିବାକୁ ମିଲେନି । କାହିଙ୍କିନା ବିଭାଗୀୟ ଅଧିକାରୀ ମାନକର କେବେବି ତଦାରଖ କରିବା ନଜରକୁ ଆସିଥିବାବେଳେ ଆଦିବାସୀ ଅଞ୍ଚଳରେ ବେଧଡକ ନକଲି ଜିନିଷ ବଜାରରେ ବିକ୍ରି ହୋଇ ମାଲେମଲ୍ ହେଉଛନ୍ତି ବ୍ୟବସାୟୀ । ଏହି କିଛି ଦିନ ହେବ ମାର୍କେଟ ରେ ଚାଲୁଥିବା ବେଳେ ଏମିତି କିଛି ଅଭିଯୋଗ ଶୁଣିବାକୁ ମିଳିଛି l ତେବେ ଖବର ପ୍ରସାରଣ ପରେ କଣ ପଦକ୍ଷେପ ନେଉଛନ୍ତି ପ୍ରଶାସନ ଓ ବିଭାଗୀୟ ଅଧିକାରୀ ତାହା ଦେଖିବାକୁ ରହିଲା ବାକି ।

LEAVE A REPLY

Please enter your comment!
Please enter your name here