ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ଟିପିଏସଓଡ଼ିଏଲ ମୁଖ୍ୟ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ନିଖିଳ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଶତାଧିକ କର୍ମକର୍ତା l ଓଡ଼ିଶାରେ ଟାଟା ଅଧିକୃତ ବିଦ୍ୟୁତ ସରବରାହ ସଂସ୍ଥାର ୪ଟି ଜୋନ ଯଥା ଟିପିଏସଓଡ଼ିଏଲ,ଟିପିସିଓଡ଼ିଏଲ,ଟିପିଏନଓଡ଼ିଏଲ,ଟିପିଡ଼ବ୍ଲୁଓଡ଼ିଏଲ ରେ ଓଡ଼ିଶାର ବିଭିନ୍ନ ଅଂଚଳର କର୍ମଚାରୀ ମାନେ କାମ କରୁଛନ୍ତି l ଯାହା ଫଳରେ କର୍ମଚାରୀ ମାନେ ନିଜ ଘର ପରିବାର ଠାରୁ ଦୂରରେ ରହିବା ସହିତ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଟାଟା ପାୱାର ର ଅନ୍ତ ଜୋନ ବଦଳି ନୀତି ଲାଗୁ ଫଳରେ ଅଧିକାଂଶ କର୍ମଚାରୀ ବାହାର ଜିଲ୍ଲା ରେ କାମ କରୁଛନ୍ତି l ତେବେ କର୍ମଚାରୀ ମାନଙ୍କୁ ନିଜ ନିଜ ଅଂଚଳର ଜୋନକୁ ଫେରାଇ ଆଣିବା ପାଇଁ ଦାବି କରିଛନ୍ତି l ମଙ୍ଗଳବାର ଦିନ ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘ ର ଶତାଧିକ କର୍ମକର୍ତା ଟିପିଏସଓଡ଼ିଏଲ ମୁଖ୍ୟ କାର୍ଯାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି ମହାସଂଘ l