ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୁଣି କଂଗ୍ରେସକୁ ଫେରିଲେ ସୁର ରାଉତରାୟ । ବିରାଟ ପଟୁଆରରେ ଆସି ପୁଣି ଦଳରେ ସାମିଲ ହୋଇଛନ୍ତି । ସୁର ରାଉତରାୟଙ୍କ ଉପରୁ ନିଲମ୍ବନ ହଟାଇବା ପରେ ଘର ବାହୁଡ଼ା ସୁର । ଘର ବାହୁଡ଼ା ବେଳେ ସୁରଙ୍କ ସହ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ ଥିଲେ। ୯ ମାସ ପରେ ଫେରିବାରୁ ଭାବବିହ୍ବଳ ହୋଇ କାନ୍ଦି ପକାଇଲେ ସୁର। ଆଖି ଲୁହ ଛଳ ଛଳ ହୋଇଯାଇଥିଲା । ଗତ ସାଧାରଣ ନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଥିଲେ ସୁର। ଗତକାଲି କଂଗ୍ରେସର ନିଲମ୍ବିତ କିମ୍ବା ବହିଷ୍କୃତ ନେତାଙ୍କ ଉପରୁ ଆଦେଶ ହଟିଥିଲା । ପିସିସି ସଭାପତି ଭକ୍ତଚରଣ ଦାସ ନିଲମ୍ବନ -ବହିଷ୍କୃତ ଆଦେଶକୁ ହଟାଇଥିଲେ ।ତେଣୁ ସୁର, କଂଗ୍ରେସ ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇଲେ। ତା’ସହିତ ଯୁବ କଂଗ୍ରେସକୁ ବିଶେଷ ଧନ୍ୟବାଦ ଜଣାଇଲେ ସୁର ।
୯ ମାସ ବହୁତ ଯନ୍ତ୍ରଣାରେ ଥିଲି, କିଛି କୁଚକ୍ରୀ ମୋତେ ଷଡ଼ଯନ୍ତ୍ର କରି ନିଲମ୍ବନ କରିଥିଲେ’ଆଜି ମୋ ମନ୍ଦିରକୁ ମୁଁ ଫେରିଲି, ବହୁତ ଖୁସି ଅଛି, ଦଳରେ ଆଉ କନ୍ଦଳ ରହିବନି, ଏଣିକି ମିଳିମିଶି ସଂଗଠନ ପାଇଁ କାମ କରିବା ବୋଲି ସୁର ରାଉତରାୟ କହିଛନ୍ତି l