ନୂଆଗଡ ( ବିପ୍ଲବୀ ପରିକ୍ରମା ):- ଆଜି ସକାଳୁ ନୂଆଗଡ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ନୂଆଗଡ ରୋଗୀ ଆରୋଗ୍ୟ କେନ୍ଦ୍ରରେ ରୋଷେୟା ଭାବେ କାମ କରୁଥିବା ଭଗବାନ ପାତ୍ର ସରକାରୀ ବାସ ଭବନ ରେ ରହି ଆସୁଥିଲେ l ଶନିବାର ସକାଳୁ ତାଙ୍କ ସହକର୍ମଚାରୀମାନେ ତାଙ୍କ ଘରକୁ ଯାଇ ଡାକିଲା ବେଳେ ଭଗବାନ ମୃତ ଅବସ୍ଥାରେ ତଳେ ପଡ଼ିଥିବା ଦେଖି ପୋଲିସ କୁ ସୂଚନା ଦେଇଥିଲେ l ଘଟଣା ସ୍ଥଳରେ ଖଜୁରୀ ପଦା ଫାଣ୍ଡି ପୋଲିସ ପହଞ୍ଚି ମୃତକଙ୍କ ପରିବାରକୁ ସୂଚନା ଦେବା ସହ ଶବକୁ ଜବତ କରି ସେରଙ୍ଗ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ସକାଳ 9ଟା ରେ ପାରଳାଖେମୁଣ୍ଡି ପଠାଇଛି। ଶବ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ଡି.ଗଜପତି ଦୋରା ସୂଚନା ଦେଇଛନ୍ତି l