ଗଞ୍ଜାମ ଓକିଲ ସଂଘର ନବ ନିର୍ବାଚିତ ପ୍ରାର୍ଥୀଙ୍କ ହେଲା ଶପଥ ଗ୍ରହଣ ଉତ୍ସବ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଓକିଲ ସଂଘ ର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ଅସ୍ଥାୟୀ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।

କୋର୍ଟ ପରିସରରେ ଥିବା ଅସ୍ଥାୟୀ ହଲରେ ଶପଥ ଗ୍ରହଣ ଉତ୍ସବ ହୋଇଥିଲା।

ନିର୍ବାଚନ ଅଧିକାରୀ ମୋହନ ସିଙ୍ଗାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶପଥ ପାଠ ଉତ୍ସବରେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା, ସଞ୍ଜିତ ପାଣିଗ୍ରାହୀ, ପୂର୍ବତନ ସଂଘ ସଭାପତି ନୟନ ମହାପାତ୍ର, ଉପସଭାପତି ରାମ ପ୍ରସାଦ ପଣ୍ଡା, ସମ୍ପାଦକ ବିରଞ୍ଚି ନାରାୟଣ ମହାପାତ୍ର ,ଯୁଗ୍ମ ସମ୍ପାଦକ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।

ତେବେ ନବ ନିର୍ବାଚିତ ସଭାପତି ଭାବେ ମନୋଜ ପଟନାୟକ , ଉପସଭାପତି ରୂପେ ତ୍ରିମୁଲ କୁମାର ରେଡି,ସମ୍ପାଦକ ଟି. ଭେଙ୍କେଟ ରାଓ,ସହ ସମ୍ପାଦକ ରୂପେ ଅଶିତ ସାବତଙ୍କୁ ଶପଥ ପାଠ କରାଇଥିଲେ ନିର୍ବାଚନ ଅଧିକାରୀ ମୋହନ ସିଙ୍ଗାରୀ ।

ଶପଥ ଗ୍ରହଣ ଉତ୍ସଵ ରେ ବରିଷ୍ଠ ଆଇନଜୀବୀ ଶିଶିର ପାଣିଗ୍ରାହୀ, କିପିଳେଶ୍ୱର ପଟ୍ଟନାୟକ, ନିର୍ମଳ ସାହୁ, ଅଶୋକ ଶୁକ୍ଳ, ପ୍ରଦୀପ କୁମାର ବେହେରା, ତାପସ ସାହୁ ଙ୍କ ସମେତ ଗଞ୍ଜାମ ଓକିଲ ସଙ୍ଘର ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here