ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସି ର ଉପାଧ୍ୟକ୍ଷା ଟି. ବବିତା କୁମାରୀ, ବିଜୁଜନତା ଦଳରୁ ଇସ୍ତଫା ଦେବାନେଇ, ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ଦେଇଛନ୍ତି । ଏହା ସହ ତାଙ୍କ ସ୍ବାମୀ ତଥା ପୂର୍ବତନ କାଉନସିଲର ସିଏଚ୍. ଲିଙ୍ଗରାଜ ପାତ୍ର ଏବଂ ତାଙ୍କର ବହୁ ସଂଖ୍ୟକ ସମର୍ଥକ ବିଜେଡି ରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ଏନେଇ ଦଳୀୟ ହାଇକମାଣ୍ଡଙ୍କୁ, ଏ ସଂକ୍ରାନ୍ତରେ ଲିଖିତ ଜଣାଇବେ ବୋଲି କହିଛନ୍ତି । ତାଙ୍କୁ ଅଣଦେଖା କରାଯାଉଥିବାରୁ, ବାଧ୍ୟହୋଇ ସେ ଦଳରୁ ଇସ୍ତଫା ଦେଉଛନ୍ତି ବୋଲି କହିଥିଲେ । ତେବେ ଆସନ୍ତା ଦିନରେ, କେଉଁ ଦଳରେ ଯୋଗଦେବେ, ସେନେଇ କୈାଣସି ସ୍ପଷ୍ଟ କରିନାହାଁନ୍ତି । ତେବେ ଏନଏସି ଉପାଧ୍ୟକ୍ଷା ଙ୍କ ଏଭଳି ଘୋଷଣା କୁ ନେଇ, ବେଲଗୁଣ୍ଠା ଏନଏସି ଏବଂ ସୋରଡ଼ା ନିର୍ବାଚନ ମଣ୍ଡଳୀରେ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।