କଟକ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୁଣି ବାରବାଟୀରେ ହେବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ବାରବାଟୀରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 ମୁକାବିଲା । କଟକ ବାରବାଟୀକୁ ଫେରିବ ଫଟାଫଟ କ୍ରିକେଟ । ଡିସେମ୍ବର ୯ ତାରିଖରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 ଫାଇଟ୍ । ୫ ଟିକିଆ ଟି-20 ସିରିଜର ପ୍ରଥମ ମ୍ୟାଚ ଖେଳାଯିବ ବାରବାଟୀରେ । ବିସିସିଆଇ ପକ୍ଷରୁ ସୂଚନା । ଗତ ଫେବୃଆରୀରେ ଭାରତ-ଇଂଲଣ୍ଡ ଖେଳିଥିଲେ ଦିନିକିଆ ମ୍ୟାଚ ଏବଂ ଭାରତ ମ୍ୟାଚରେ ବିଜୟୀ ହୋଇଥିଲା । ଏପଟେ ୨୦୨୫ ଘରୋଇ ସିଜିନରେ ଭାରତ ଖେଳିବାକୁ ଥିବା ଚାରୋଟି ଟେଷ୍ଟ୍ ଅହମ୍ମଦାବାଦ, କୋଲକାତା, ନୂଆଦିଲ୍ଲୀ ଏବଂ ଗୌହାଟିରେ ଅନୁଷ୍ଠିତ ହେବ ।