Talk about senior IAS Manoj Ahuja

0

ବରିଷ୍ଠ ଆଇଏଏସ୍ ମନୋଜ ଆହୁଜାଙ୍କୁ ନେଇ ଚର୍ଚ୍ଚା 

 

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଖୁବଶୀଘ୍ର ଓଡ଼ିଶା ଫେରିବେ ବରିଷ୍ଠ ଆଇଏଏସ୍ ମନୋଜ ଆହୁଜା । ୧୯୯୦ ବ୍ୟାଚ୍ ର ଆଇଏଏସ୍ ମନୋଜ ଆହୁଜା ଏବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ଅଛନ୍ତି। ମନୋଜଙ୍କୁ ଓଡ଼ିଶା ଫେରାଇବା ନେଇ କ୍ୟାବିନେଟ କମିଟିର ମଂଜୁରୀ ମିଳିସାରିଛି। ରାଜ୍ୟ ସରକାରଙ୍କ ଆବେଦନ ଆଧାରରେ ମଂଜୁରୀ ଦେଇଛି କ୍ୟାବିନେଟ୍। ୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜା ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ହୋଇପାରନ୍ତି । ରାଜ୍ୟର ପ୍ରଥମ ବିଜେପି ସରକାର ଶ୍ରୀ ଆହୁଜାଙ୍କୁ ଓଡ଼ିଶା ଫେରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ଆହୁଜାଙ୍କ ଫେରିବା ପରେ ରାଜ୍ୟରେ ବଡ଼ଧରଣର ପ୍ରଶାସନିକ ଅଦଳବଦଳ ହେବ ବୋଲି ଜଣାପଡ଼ିଛି ।

ବର୍ତ୍ତମାନର ମୁଖ୍ୟ ସଚିବ ୧୯୮୯ ବ୍ୟାଚ ଆଇଏଏସ୍ ପ୍ରଦୀପ କୁମାର ଜେନାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଚଳିତମାସ ୩୦ତାରିଖରେ ଶେଷ ହେଉଛି । ତାଙ୍କର କାର୍ଯ୍ୟକାଳ ବୃଦ୍ଧି ନକରି ତାଙ୍କୁ ତୃତୀୟ ମହଲାରେ ଅବସ୍ଥାପିତ କରାଯିବାର ସମ୍ଭାବନା ରହିଛି । ତେବେ ଏନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଣେ ବରିଷ୍ଠ ଓ ଅଭିଜ୍ଞ ଓଡ଼ିଆ ଅଫିସରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶ୍ରୀ ଜେନାଙ୍କୁ ସେଠାରେ ନିଯୁକ୍ତି ଦିଆଯାଇପାରେ ବୋଲି ଜଣାପଡ଼ିଛି ।ଏପଟେ ରାଜ୍ୟର ବିଜେପି ସରକାର ପ୍ରଶାସନିକ ସ୍ତରରେ ବଡ଼ଧରଣର ଅଦଳବଦଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଶେଷକରି ଉନ୍ନୟନ କମିଶନରଙ୍କଠୁ ଆରମ୍ଭ କରି ସମସ୍ତ ବିଭାଗର ସଚିବଙ୍କୁ ମଧ୍ୟ ନୂଆ ଦାୟିତ୍ୱ ମିଳିପାରେ ।

LEAVE A REPLY

Please enter your comment!
Please enter your name here