Tatiya is biting the opposition in medicine options : bjp

0

ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବିରୋଧୀ : ବିଜେପି 

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ଠାରେ ବିଜେଡିର ନିର୍ବାଚନ ସମୀକ୍ଷା ଓ ବନ୍ଧୁ ମିଳନ ଅବସରରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେପିର କାର୍ଯ୍ୟକଳାପକୁ କଡା ସମାଲୋଚନା କରିଥିଲା ବିରୋଧୀ ବିଜେଡି। ଏହି ସମାଲୋଚନା ଭିର୍ତ୍ତିକରି ଆଜି ଶାସକ ବିଜେପି ଏକ ସାମ୍ବାଦିକ ସମ୍ବିଳନୀ କରିଥିଲେ। ଏହି ସାମ୍ବାଦିକ ସମ୍ବିଳନୀ କରି କହିଥିଲେ ବ୍ରହ୍ମପୁର ସହର ସମେତ ଗୋପାଳପୁର ଅଞ୍ଚଳରେ ବିଜୁ ଜନତା ଦଳର ସରକାର ଥିବା ସମୟରେ ଅରାଜକତା ସୃଷ୍ଟିର ଜନକ ବିକ୍ରମ ପଣ୍ଡା ବାବୁ ଯାହା ଅଭିଯୋଗ କରିଛନ୍ତି ତାହା ସଂପୂର୍ଣ୍ଣ ଭିତ୍ତିହୀନ । ସେ ଭୁଲି ଯାଉଛନ୍ତି ନିର୍ବାଚନ ସମୟରେ ହୁଗୁଳାପଟା ଠାରେ ବିଜେପି କର୍ମୀଙ୍କ ଉପରେ ସଶସ୍ତ୍ର ଆକ୍ରମଣ, ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଗ୍ରାମରେ ପଶି ବୁଥ ଜବରଦଖଲ ଉଦ୍ୟମ ଓ ଶତାଧିକ ଅପରାଧି ମାନଙ୍କୁ ଧରି କୋଳଥିଗାଁରେ ପଶି ବିଜେପି ସମର୍ଥକଙ୍କୁ ଆକ୍ରମଣ କରିଥିବା ଶ୍ରୀ ପଣ୍ଡାଙ୍କ କେଉଁ ଲୁକାୟତ ବ୍ୟବସାୟକୁ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବନ୍ଦ କହିଛନ୍ତି ଶ୍ରୀ ପଣ୍ଡା ସ୍ପଷ୍ଟ କରନ୍ତୁ ।

ନିର୍ବାଚନର ପରାଜୟ ପରେ ଔଷଧ ବିକଳରେ ତାଟିଆ କାମୁଡିବା ପରି, ବିଜୁ ଜନତା ଦଳର କିଛି ନେତାଙ୍କ ଆଚରଣରୁ ଜଣା ପଡ଼ୁଛି । ଯେଉଁ ମାନେ ଦିନେ ନିଜେ ଘରକୁ ଡାକି ଲୋକଙ୍କୁ ପିଟୁଥିଲେ, ଲୋକଙ୍କ ଉପରେ ମିଥ୍ୟା ମୋକଦ୍ଦମା କରାଉଥିଲେ, ନିରୀହ ଲୋକଙ୍କୁ କ୍ଷମତାର ଅପବ୍ୟବହାର କରି ଥାନାରେ ବସାଉଥିଲେ, ସେମାନେ ଆଜି ପୁଲିସ, ପ୍ରଶାସନ ଓ ମନ୍ତ୍ରୀଙ୍କୁ ନିନ୍ଦା କରିବା ହାସ୍ୟାସ୍ପଦ ଅଟେ । ବିଜେପି ଓ ମାନ୍ୟବର ମନ୍ତ୍ରୀଙ୍କ ବିରୁଦ୍ଧରେ ଅପପ୍ରଚାର ସୃଷ୍ଟି କରୁଥିବା ବିଜୁ ଜନତା ଦଳ ଓ ବିକ୍ରମ ପଣ୍ଡା ମନେ ରଖିବା ଦରକାର ଓଡ଼ିଶା ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇ ସାରିଛି । ବିଜୁ ଜନତା ଦଳ ଧ୍ୱଂଶାଭୀମୁଖେ ଗତି କରୁଛି । ଅତଏବ ବିଜୁ ଜନତା ଦଳ କରିଥିବା ପାପକୁ ଜିଲ୍ଲାବାସୀ କେବେ ବି କ୍ଷମା ଦେବେ ନାହିଁ । ଏଣୁ ଜିଲ୍ଲାରେ ଅରାଜକତା ସୃଷ୍ଟି କରିବା ଓ ଖଣି, ବାଲି, ଗୋଡ଼ି, ପିଚୁ, ମଦ, ପେଟ୍ରୋଲ ଓ ଚିଙ୍ଗୁଡି ବେପାରରେ ଥିବା ନେତାମାନେ ଲୋକଙ୍କୁ ବିଭ୍ରାନ୍ତି କରିବାରୁ କ୍ଳାନ୍ତ ରୁହନ୍ତୁ । ଏହାସହ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କର ସମ୍ପତି ବୃଦ୍ଧିର ଭିଜିଲାନ୍ସ ତଦନ୍ତ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାବୀ କରାଯାଇଛି ।

ଏହି ସାମ୍ବାଦିକ ସମ୍ବିଳନୀ ରେ ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ରକୁ ନେଇ ଗଠିତ ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବିଜେପି ନେତା ତଥା ଆଇନଜୀବି ପିତବାସ ପଣ୍ଡା,ଜିଲ୍ଲା ଉପସଭାପତି ଗଙ୍ଗାଧର ଶତପଥି,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ବରିଷ୍ଠ ନେତା ରାଜେଶ କୁମାର ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here