ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦୁବାଇଠାରେ ଗୁରୁବାର ଖେଳାଯାଇଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ଭାରତ ବାଂଲାଦେଶକୁ ୬ ୱିକେଟରେ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିଛି । ଚାମ୍ପିଅନ୍ସ ଟ୍ରଫିରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ । ପ୍ରଥମ ମ୍ୟାଚରେ ଏକା ଲଢିଲେ ଶୁବମନ ଗିଲ । ଧୂଆଁଧାର ଶତକ ହାସଲ କରି ଦଳକୁ ଭେଟି ଦେଲେ ବିଜୟ । ଯୁବ ଓପନରଙ୍କ ଛକା ଚୌକାରେ କମ୍ପିଲା ଷ୍ଟାଡିୟମ । ୧୨୫ ବଲରେ ୯ଟି ଚୌକା ଓ ୨ଟି ଛକା ବଳରେ ୧୦୦ ମାରିଲେ ଗିଲ୍ । ବାଂଲାଦେଶକୁ ୬ ଓ୍ବିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ । ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ୪୯. ୪ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ ୨୨୮ ରନ କରିଥିଲା । ଜବାବରେ ଭାରତ ୪୬. ୩ ଓଭରରେ ୪ ଓ୍ବିକେଟ ହରାଇ ୨୩୧ ରନ କରି ବିଜୟୀ ହୋଇଛି ।