ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):– ଶୁକ୍ରବାର ସନ୍ଧ୍ୟାରେ ଆନ୍ଧ୍ର ମହିଳା ସମାଜମ ଗୃହରେ ତେଲୁଗୁ ଭାଷା ଦିବସ ପାଳିତ ହୋଇଯାଇଛି। ଆନ୍ଧ୍ର ମହିଳା ସମାଜମ ସଭାନେତ୍ରୀ ଏମ କାମେଶ୍ୱରୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ କେ ପି କ୍ରିଷ୍ଣା ରାଓ, ଏମ ଚନ୍ଦ୍ରଶେଖର ଅତିଥି ରୂପେ ଯୋଗ ଦେଇଥିଲେ। ବ୍ରହ୍ମପୁର ରେ ଥିବା ତେଲୁଗୁ ଲୋକଙ୍କ ମଧ୍ୟରେ ଭାଷାର ବିକାଶ କିପରି ହେବ ସେ ନେଇ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ସମସ୍ତ ଅନୁଷ୍ଠାନ ମିଳିତ ଭାବେ ସହରରେ ଏକ ତେଲୁଗୁ ବାଡ଼ି (ତେଲୁଗୁ ସ୍କୁଲ) ଖୋଲିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା।
ସେହି ସ୍ଥାନରେ ବିଭିନ୍ନ ଭାଷାରେ ପାଠ ପଢୁଥିବା ପିଲାଙ୍କୁ ତେଲୁଗୁ ଶିକ୍ଷା ପ୍ରଦାନ କରାଯିବ। ସେହିପରି ପରିବାର ରେ ଶିଶୁଙ୍କ ମଧ୍ୟରେ ତେଲୁଗୁ ଭାଷାରେ ଭାବ ବିନିମୟ କରିବେ ବୋଲି ସମସ୍ତେ ଶପଥ ନେଇଥିଲେ। କାର୍ଯ୍ୟକ୍ରମକୁ ଆର ଶ୍ରୀନିବାସ ସଂଯୋଜନା କରିଥିବା ବେଳେ ମହିଳା ସମାଜମ ର ଶତାଧିକ ସଦସ୍ୟା ଉପସ୍ଥିତ ଥିଲେ।