ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ମୋୖସୁମୀ ଆସିବା ସତ୍ତ୍ବେ ସାରା ରାଜ୍ୟରେ ଅସହ୍ୟ ଗୁଳୁଗୁଳି । ପାଗ ଶୁଖିଲା ରହିବା ସହ ବର୍ଷାର ଦେଖା ଦର୍ଶନ ନାହିଁ । କେବଳ ମୟୂରଭଞ୍ଜକୁ ଛାଡିଦେଲ ଆଉ ସମସ୍ତ ଜିଲ୍ଲାରେ ଶୁଖିଲା ପାଗ । ବର୍ଷା ବଦଳରେ ତାପମାତ୍ରା ବୃଦ୍ଧି ପାଇଛି। ଫଳରେ ମୌସୁମୀ ଜନିତ ବର୍ଷା ଏବେ ଆରମ୍ଭରୁ ନିରାଶ କରିଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ପଶୁପାଳକ କହିଛନ୍ତି ‘‘ଆସନ୍ତା ୧୦ଦିନ ଧରି ମୋସୁମୀ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ନିଷ୍କ୍ରିୟ ରହିବ। ରାଜ୍ୟକୁ ପଶ୍ଚିମ ପବନ ବହୁଥିବାରୁ ମୋସୁମୀର ଏକ ଚାଦର ଓଡିଶା ଉପରେ ଘେରି ହୋଇଛି। ଆସନ୍ତା ୧୦ ତାରିଖରୁ ବା ୧୨ତାରିଖ ଆଡକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ସେତେବେଳକୁ ପ୍ରାୟ ୪ରୁ ୫ଦିନ ଯାଏ ବର୍ଷା ଲାଗି ରହିବ । ଅର୍ଥାତ୍ ଏଭଳି ଗରମ ଓ ଗୁଳୁଗୁଳି ଆସନ୍ତା ସ୍ନାନପୂର୍ଣ୍ଣମୀ ପର୍ଯ୍ୟନ୍ତ ଲାଗି ରହିବ । ଆଗାମୀ ୫ ତାରିଖ ପର୍ଯନ୍ତ ତାପମାତ୍ରା ଏଇ ଭଳି ଭାବେ ବୃଦ୍ଧି ରହିବ’’।
ସେହିପରି ଆସନ୍ତା ସାତ ଦିନ ପାଇଁ ଟ୍ବିନି ସିଟିରେ ହିଟ୍ ଓ୍ବେଭ ଆଲର୍ଟ। ସର୍ବାଧିକ ୪୧ଡିଗ୍ରୀ ପର୍ଯନ୍ତ ଛୁଇଁପାରେ ତାପମାତ୍ରା । ଭୁବନେଶ୍ୱରରେ ଆସନ୍ତା ସାତ ଦିନ ପାଇଁ ତାପମାତ୍ରା ୩୯ ଡିଗ୍ରି ଉପରେ ରହିବ । ଦୁଇ ତିନି ଦିନ ଯାଏଁ ୪୦ରୁ ୪୧ଡିଗ୍ରୀ ଛୁଇଁ ପାରେ ତାପମାତ୍ରା । ସେହିପରି କଟକରେ ୩୯ ଡିଗ୍ରି ତଥା ୪୦ ପର୍ଯ୍ୟନ୍ତ ତାପମାତ୍ରା ଆଗାମୀ ଦୁଇ ତିନ ରହିବ ବୋଲି ଅନୁମାନ କରାଯାଇଛି । ଆସନ୍ତା ୨ ରୁ ୬ ଯାଏଁ ଏହ ସବୁ ଜିଲ୍ଲାରେ ପାରଦ ଉପରମୁହାଁ ରହିବ । ୧୧ ଜିଲ୍ଲାରେ ତାତି ବଢିବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ପୁରୀ,କଟକ, ଜଗତସିଂହପୁର, ନୟାଗଡ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ଗଞ୍ଜାମ, ଗଜପତି ।
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପରେ ଜୁନ 1ରୁ ହଠାତ୍ ତାପମାତ୍ରାରେ ପରିବର୍ତ୍ତନ ଦେଖାଦେିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସର୍ବାଧିକ ୩୯.୪ଡିଗ୍ରୀ ସେଲସିୟସ ଡିଗ୍ରୀ ରେକର୍ଡ କରଯାଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୨୨.୫ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିପରି ମୟୂରଭଞ୍ଜରେ ୬୦ପ୍ରତିଶତରୁ କମ ବର୍ଷା ହୋଇଥିବା ବେଳେ ବାକି ସାରା ରାଜ୍ୟର ସମସ୍ତ ଜିଲ୍ଲା ପୁରା ଶୁଖିଲା ରହିଛି। ଅର୍ଥାତ୍ ସାରା ରାଜ୍ୟରେ ୧୦୦ ପ୍ରତିଶତ ବିନା ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗର ରେକର୍ଡ କହୁଛି।