ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି ଅର୍ଥାତ ମାର୍ଚ୍ଚ ୯ ତାରିଖ ଠାରୁ ତାପମାତ୍ରା ୩ ରୁ ୪ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି। ପାଣିପାଗ ବିଶେଷଜ୍ଞମାନେ ଏହା ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେ, ଆଗାମୀ ୨ ସପ୍ତାହ ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି l ପଶ୍ଚିମ ବାୟୁ ଉତ୍ତର ପଶ୍ଚିମ ଦିଗରେ ପ୍ରବାହିତ ହେବ ଏବଂ ଫଳସ୍ୱରୂପ ରାଜ୍ୟରେ ଥଣ୍ଡା ଲହରୀ ହ୍ରାସ ପାଇବ। ତାପମାତ୍ରା ବୃଦ୍ଧି ପାଇବ ଏବଂ ଓଡ଼ିଶାରେ ପ୍ରବଳ ଗରମ ହେବ।ଆଗାମୀ ଦିନରେ ତାପମାତ୍ରା ୩ ରୁ ୪ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଓଡ଼ିଶାର ମଧ୍ୟ ଭାଗରେ ତାପମାତ୍ରା ୩ ରୁ ୫ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଯେତେବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ ରୁ ୩ ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆଗାମୀ ଦିନରେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଛୁଇଁବ ବୋଲି ମଧ୍ୟ ଆଇଏମଡିର ଆଞ୍ଚଳିକ କେନ୍ଦ୍ର ପୂର୍ବାନୁମାନ କରିଛି।