ମିଜାଗଡ଼ ଅଂଚଳ ରେ ବାରଟିକିଆ ହାତୀପଲ୍ଲ ର ଆତଙ୍କ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଜିଲ୍ଲା ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ଼ ଇଲାକାରୁ ବରଟିକିଆ ହାତୀ ପଲ୍ଲ ଦକ୍ଷିଣ ଘୁମୁସର ବନଖଣ୍ଡ ର ଧରାକୋଟ ବନକ୍ଷେତ୍ର ର ଆଠଘରିଆ ଗ୍ରାମ୍ୟ ଜଙ୍ଗଲକୁ ଚାଲି ଆସିଛନ୍ତି l ସେଠାରେ ଲୋକଙ୍କ ପନିପରିବା ଫସଲ ଖାଇ ନଷ୍ଟ କରିବା ପରେ ଗତ ରାତିରେ ବାଂହରପୁର ପଂଚାୟତ ଅନ୍ତର୍ଗତ ମଲ୍ଲି୍ଝର ଜଙ୍ଗଲକୁ ଚାଲି ଆସିଥିଲେ l ଗୋପାଳପୁର ଗ୍ରାମର ନବା ସେଠି ଙ୍କ ଘର ଭାଙ୍ଗି ଚାଉଳ ଓ ଧାନ ଖାଇବା ସହ ନଷ୍ଟ କରିଥିଲେ l ଘରେ ଥିବା ପରିବାର ଲୋକେ ହାତୀ କୁ ଦେଖି ଭୟରେ ପଳେଇଯାଇଥିଲେ l ଷଡ଼ଙ୍ଗୀପଲ୍ଲୀ ଅଂଚଳ ରୁ ଗାଙ୍ଗପୁର ଦେଇ ଧରାକୋଟ ଅଭିମୁଖେ ଆସିବା ବାଟରେ ଜଣେ ଆହତ ହୋଇଥିବା ସୂଚନା l

ଖବର ପାଇଁ ଆସିକା ରେଞ୍ଜର ପ୍ରମୋଦ ପଣ୍ଡା ଙ୍କ ନେତୃତ୍ୱ ରେ ଧରାକୋଟ, ଷଡ଼ଙ୍ଗୀ ପଲ୍ଲୀ, ଆସିକା, ଶେରଗଡ଼ ବନ ଅଧିକାରୀ, ମୋବାଇଲ ଟିମ, ରେଂଜ ଅଫିସ ଟିମ ମିଶି ଗ୍ରାମରେ ପହଂଚି ହାତୀପଲ୍ଲ କୁ ଘଉଡ଼ାଈ ଥିଲେ l ସମ୍ପ୍ରତି ଏହି ହାତୀ ପଲ୍ଲ ମଲ୍ଲୀଝର ଜଙ୍ଗଲ ରୁ ପାକିଡ଼ି ପାହାଡ଼ ରେ ଫସିରହିଥିବା ବନ କର୍ମଚାରୀ ଠାରୁ ପ୍ରକାଶ l l ଏଭଳି ଘଟଣା ପ୍ରତି ବର୍ଷ ଘଟୁ ଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ସ୍ଥାୟୀ ପ୍ରତିକାର କରାଯାଉନାହିଁ l

LEAVE A REPLY

Please enter your comment!
Please enter your name here