ଆତଙ୍କୀ ଆକ୍ରମଣ ନିନ୍ଦା, କ୍ୟାଣ୍ଡେଲ ଶୋଭାଯାତ୍ରା 

0

ସଂଜୀବ କୁମାର ରଣଜିତ,ମୟୂରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ):-ଜାମ୍ମୁ କାଶ୍ମୀର ର ପହଲଗାମରେ ହୋଇଥିବା ଆତଙ୍କୀ ହମଲାକୁ ନେଇ ସାରା ଦେଶ ଆଜି ସ୍ତବ୍ଧ। ଏଭଳି ଏକ ବର୍ବରଚିତ ହମଲା କୁ ଦୃଢ଼ ନିନ୍ଦା କରିଛି ଉଦଳା ୟୁନିକ ପ୍ରେସ କ୍ଲବ।

ଯାହାକୁ ନେଇ ଆଜି ଉଦଳା ୟୁନିକ ପ୍ରେସ କ୍ଳବର ସଦସ୍ୟଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ଏକତ୍ରିତ ହୋଇ ଏକ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।

ଉଦଳା ବସଷ୍ଟାଣ୍ଡ ଜଗଦ୍ଧାତ୍ରୀ ମନ୍ଦିର ନିକଟରୁ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ସ୍ଥାନୀୟ ହନୁମାନ ମନ୍ଦିରରେ ପହଞ୍ଚିଥିଲେ।

ସେଠାରେ ମୃତକ ପରିବାର ପ୍ରତି ସମବେଦନା ସହିତ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ କ୍ୟାଣ୍ଡେଲ ଜାଳିବା ସହିତ ନିରବ ପ୍ରାର୍ଥନା କରିଥିଲେ। ଭାରତ ସରକାର ଏହି ଘଟଣା କୁ ସମ୍ବେଦନଶୀଳ ଭାବେ ଗ୍ରହଣ କରି ଚିହ୍ନଟ ଆତଙ୍କୀ ମାନଙ୍କୁ ତୁରନ୍ତ ମାରି ଦେବା ସହିତ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ ଜରୁରୀ ବୋଲି ମତ ଦେଇଥିଲେ ସଦସ୍ୟ।

ଏହା ବ୍ୟତୀତ ଇଟା ର ଜବାବ ପଥରରେ ଦେବା ଜରୁରୀ ବୋଲି କହିଛନ୍ତି।

 

LEAVE A REPLY

Please enter your comment!
Please enter your name here