ଗଞ୍ଜାମ, ଚିକିଟି ( ବିପ୍ଲବୀ ପରିକ୍ରମା ):- ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଂଚଳ ଭାବେ ଘୋଷଣା କରାଯିବା ସହିତ ବିଦ୍ୟାଳୟ କାନ୍ଥରେ ଏନେଇ ବଡ଼ ବଡ଼ ଅକ୍ଷରରେ ଲିଖିତ ବି ରହିଛି । ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ମାଡ଼ ମାରିପାରିବେନାହିଁ ବୋଲି ଶିକ୍ଷା ଅଧିକାର ଅଧିନିୟମରେ ବି ଉଲ୍ଲେଖ ରହିଛି । ହେଲେ ସରକାରଙ୍କ ଏହି ନିର୍ଦ୍ଦେଶନାମା ସବୁଯାଗlରେ କାର୍ଯ୍ୟକାରୀ ହୋଇପାରୁନାହିଁ । କିଛି ଯାଗାରେ ଶିକ୍ଷକ ମାନେ ନିଜ ଛାତ୍ରଛାତ୍ରୀଙ୍କୁ ଅହେତୁକ ମାଡ଼ ମାରିବା ଘଟଣା ନଜର ରହିଛି ।ଏଭଳି ଏକ ଘଟଣା ଚିକିଟୀ ପେଣ୍ଠ ପଦ୍ମନଗର ସରସ୍ୱତୀ ଶିଶୁ ମନ୍ଦିରରେ ଦେଖିବାକୁ ମିଳିଛି । ଶିଶୁ ମନ୍ଦିରରଜଣେ ଗୁରୁଜୀ ପ୍ରାର୍ଥନା ସମୟରେ ସପ୍ତମ ଶ୍ରେଣୀ ଛାତ୍ର ସାଗର ସାହୁର କାନ ଉପରକୁ ମାଡ଼ ମାରି କାନ ପରଦା ଫଟେଇଦେଇଛନ୍ତି ।
ଘଟଣା ଗୁରୁବାର ଘଟିଥିଲେ ବି ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଘଟଣାକୁ ଗୁରୁତରତାର ନନେଇ ଚାପିଦେବାକୁ ଉଦ୍ୟମ ଚଳେଇଥିବା ଅଭିଯୋଗ ହୋଇଛି ।ଆହତ ଛାତ୍ରଙ୍କ ବାପା ଟିଟୁ ସାହୁଙ୍କର ଅଭିଯୋଗ ପ୍ରକାରେ ଗତ ଗୁରୁବାର ସନ୍ଧ୍ୟାରେ ସେ ବ୍ରହ୍ମପୁର ରୁ ଘରକୁ ଫେରିବା ପରେ ତାଙ୍କ ପୁଅ ସାଗର ତାଙ୍କୁ ରଞ୍ଜିତ ଗୁରୁଜୀ ତାର କାନମୁଣ୍ଡା ଉପରକୁ ମାଡ଼ ମାରିଥିବା ବିଷୟ କହିଥିଲା ।ଶୁକ୍ରବାର ନିଜ ପୁଅକୁ ଧରି ଟିଟୁ ବ୍ରହ୍ମପୁର ବଡ଼ ମେଡିକାଲ ନେଇ ଇଏନଟି ବିଭାଗରେ ଦେଖାଇବା ପରେ ଡାକ୍ତର ପିଲାର କାନର ପରଦା ଫାଟିଯାଇ ଥିବା କହିଥିଲେ।ଏ ନେଇ ବ୍ଲକ ଶିକ୍ଷା ଧିକାରୀଙ୍କୁ ପଚାରିବାରୁ ବିଓ ମହୋଦୟ କହିଲେ ଯେ ଘଟଣା ର ସତ୍ୟପଦାକୁ ଆଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କକରାଯିବ l