ଚାଷୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ 

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲାରେ ଧାନ ସଂଗ୍ରହ ନୀତିରେ ବ୍ୟାପକ ଅବହେଳା ଯୋଗୁଁ ଚାଷୀଙ୍କ ଅସନ୍ତୋଷ ଚର୍ମ ସୀମାରେ ପହଞ୍ଚିଛି । ଆଜି ଗୋଶାଣୀ ବ୍ଲକର ଚାଷୀ ଉଗ୍ରରୂପ ନେଇ ଦୀର୍ଘ ସମୟଧରି ରାସ୍ତାରୋକ କରିବା ସହ ଆନ୍ଦୋଳନକୁ ଓଲାଇଛନ୍ତି । ଏଭଳିକି ଯୋଗାଣ ଅଧିକାରୀ ଏବଂ ପାରଳାଖେମୁଣ୍ଡି ତହସିଲଦାରଙ୍କୁ ରାସ୍ତା ଉପରେ ବସିବାକୁ ବାଧ୍ୟ କରିଥିଲେ ଚାଷୀ ।

ଗଜପତି ଜିଲ୍ଲାରେ ବର୍ତ୍ତମାନ ଚାଷୀଙ୍କ ଧାନ ସଂଗ୍ରହ ଏକ ବିଷମ ପରିସ୍ଥିତିରେ ପହଁଚିଛି । ଗୋଟିଏ ପଟେ ଅଦିନିଆ ବର୍ଷାରେ ଧାନ ନଷ୍ଟ ହେବାସହ ଗଜା ହୋଇଛି ଓ ବେରଙ୍ଗୀ ହୋଇଛି ଅନ୍ୟ ପଟେ ମଣ୍ଡି ଗତ ୭ତାରିଖରୁ ଖୋଲାଯାଇଛି କିନ୍ତୁ କୌଣସି ମଣ୍ଡିରେ ଧାନ ସଂଗ୍ରହ ହୋଇପାରିନାହିଁ । ଆହୁରି ବଡ଼ମୁଣ୍ଡ ବ୍ୟଥାର କାରଣ ପାଲଟିଛି ସରକାର ବେରଙ୍ଗୀ ଧାନ ସଂଗ୍ରହ କରିବେକି ନାହିଁ କିମ୍ବା ଏହି ବେରଙ୍ଗୀ ଧାନକୁ କୌଣସି ମୂଲ୍ୟ ଧାର୍ଯ୍ୟ କରାଯିବ ସେନେଇ କୌଣସି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇ ନାହିଁ । ମୁଖ୍ୟମନ୍ତ୍ରୀ କ୍ଷେତ ପରିଦର୍ଶନ ସହ ଜିଲ୍ଲା ଗ୍ରସ୍ତ କରି ଚାଷୀଙ୍କ ସହ ଆଲୋଚନା କରି ଯଥାଶୀଘ୍ର ସହାୟତା ଘୋଷଣା କରାଯିବ କହିଥିଲେ କିନ୍ତୁ ପାଖାପାଖି ମାସେ ବିକିବାକୁ ଯାଉଛି କିନ୍ତୁ ସରକାରଙ୍କ ନିଷ୍ପତ୍ତି କଣ ଏଯାବତ ସ୍ବଷ୍ଟ କରିନାହାନ୍ତି,ତେଣୁ ବର୍ତ୍ତମାନ ଚାଷୀ ସନ୍ଦେହରେ ତାଙ୍କ ଅମଳ ଧାନକୁ ସରକାର ଆଗକୁ ଗ୍ରହଣ କରିବେକି ନାହିଁ ଦ୍ବନ୍ଦରେ ପଡିଛନ୍ତି । ଏହି ସବୁ ସମସ୍ୟା ମଧ୍ୟରେ ଚାଷୀ ଅସନ୍ତୁଷ୍ଟ ହୋଇ ଆଜି ଗୋଶାଣୀ ବ୍ଲକ ସାତମାଇଲ ଛକ ନିକଟରେ ଦୀର୍ଘ ୪ ଘଣ୍ଟା ଧରି ରାସ୍ତାରୋକ କରିଥିଲେ । ଫଳରେ ମୋହନା ଓ ପାରଳାଖେମୁଣ୍ଡି ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ ଫଳରେ ଉଭୟ ପଟରୁ ଶହଶହ ମୋଟର ସାଇକଲ ଓ ଗାଡି ଅଟକି ରହିଥିଲା । ଘଟଣା ସ୍ଥଳରେ ଯୋଗାଣ ଆଧିକାରୀ ଓ ପାରଳାଖେମୁଣ୍ଡି ତହସିଲଦାର,ଗୁରାଣ୍ଡି ଥାନା ପୋଲିସ,ପାରଳାଖେମୁଣ୍ଡି ଏସ୍ଡିପିଓ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ଚାଷୀଙ୍କ କୌଣସି ସମସ୍ୟା ସମାଧାନ କିମ୍ବା କୌଣସି ସନ୍ତୋଷମୂଳକ ପ୍ରତିଶୃତି ଦେଇ ପାରିନଥିଲେ । ଶେଷରେ ଚାଷୀଙ୍କ ଆକ୍ରୋସର ଶିକାର ହେବାସହ ଧସ୍ତାଧସ୍ତି ହୋଇ ରାସ୍ତା ଉପରେ ବସିବାକୁ ବାଧ୍ୟହେଲେ । ଚାଷୀ ଏକା ଜିଦ୍ ଥିଲା ନିସର୍ତରେ ତାଙ୍କ ଅମଳ ଧାନକୁ ସରକାର ଗ୍ରହଣ କରିବେ ନଚେତ ଆନ୍ଦୋଳନରୁ ଓହରିବେନି ।

ରାସ୍ତା ଉପରେ ଦିର୍ଘ ସମୟ ଯୁକ୍ତିତର୍କ ଏବଂ ଆଲୋଚନା ପରେ ଶେଷରେ ଯୋଗାଣ ଅଧିକାରୀ ଏବଂ ଏଆରସିଏସ ମିଳିତ ଭାବେ ଚାଷୀଙ୍କ ସମସ୍ତ ପ୍ରକାର ଧାନ ତିନି ଦିନ ମଧ୍ୟରେ ସଂଗ୍ରହ କରାଯିବ ବୋଲି ଲିଖିତ ପ୍ରତିଶୃତି ଦେବାପରେ ସରକାରୀ ଅଧିକାରୀଙ୍କୁ ଛାଡିଥିଲେ । କିନ୍ତୁ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ ବେହେରା କହିଛନ୍ତି କ୍ଷତି ପୂରଣ ବାବଦକୁ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ କୋୖଣସି ସୁଚନା ଆସିନାହିଁ ଆମେ ଧାନ ସଂଗ୍ରହ ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଛୁ ଜିଲ୍ଲାପାଳ ଓ ବିଭାଗିୟ ଅଧିକାରୀଙ୍କୁ ଜଣାଇବୁ ।

ଆଜି ଚାଷୀଙ୍କ ଆନ୍ଦୋଳନ ଆଗରେ ଆଣ୍ଠେଇବାକୁ ପଡିଲା ପ୍ରଶାସନକୁ । ଚାଷୀଙ୍କ ଆକ୍ରୋସ ଆଗରେ ଜଳକା ହୋଇ ଠିଆ ହୋଇଥିଲା ପୋଲିସ । ତେବେ ଚାଷୀଙ୍କ ଧାନ ସଂଗ୍ରହରେ ଆଗକୁ କିଛିଭି ବ୍ୟତିକ୍ରମ ଦେଖାଦିଏ ତେବେ ଆଗକୁ ବଡ଼ ଧରଣର ଆନ୍ଦୋଳନକୁ ସାମ୍ନା କରିବ ପ୍ରଶାସନ ତେଣୁ ରାଜ୍ୟ ସରକାର ନେଡ଼ିଗୁଡ଼ କହୁଣି କୁ ବୋହିବା ପୂର୍ବରୁ କୌଣସି ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here