ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିମାଲକାନଗିରି ବିମାନ ବନ୍ଦରରେ ଉଡାଜାହାଜ ଅବତରଣ ପାଇଁ ହେଲା ପରୀକ୍ଷା। ଆଜି ପ୍ରଥମ ଥର ପାଇଁ ପରୀକ୍ଷା ମୂଳକ ଭାବେ ଅବତରଣ ହେଲା ଭି ଟି ୧୦୦ ବିମାନ। ଅବତରଣ ପରେ ପାଇଲଟ୍ ସମଗ୍ର ବିମାନ ବନ୍ଦରର ତନଖି କରିଛନ୍ତି। ବିମାନ ବନ୍ଦରର ପ୍ରସ୍ତୁତି ନେଇ ଖୁବ୍ ପ୍ରଂଶସା କରିଛନ୍ତି। ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ଏବଂ ୫ଟି କମିଶୋନୋର୍ ଭି କେ ପଣ୍ଡିୟନ ବିମାନରେ ପହଞ୍ଚି ଲୋକାର୍ପଣ କରିବାର ସୂଚନା ମିଳିଛି। ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧୬୨୦ ମିଟର ରନୱେ ପ୍ରସ୍ତୁତି ହେଇଛି।